Only for Entertainment

କରୀନା କପୁରଙ୍କ ଖୁଲାସା, ବିଗ ବଜେଟ ଫିଲ୍ମରେ ସାରାଙ୍କ ସହିତ ନଜର ଆସିବେ କାର୍ତ୍ତିକ ଆର‌୍ୟନ

SpotboyE
22

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପପୁଲାର ଷ୍ଟାର କିଡଙ୍କ ମଧ୍ୟରୁ ଏକ । ଗତବର୍ଷ ସାରା ‘କେଦାରନାଥ’ ଫିଲ୍ମ ଜରିଆରେ ବଲିଉଡ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ସାରାଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହା ପରେ ସାରାଙ୍କୁ ରଣବୀର କପୁରଙ୍କ ସହିତ ରୋହିତ ସେଟ୍ଟୀଙ୍କ ଫିଲ୍ମ ମିମ୍ବାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ସାରାଙ୍କ ସଫଳତାକୁ ଦେଖି ଫ୍ୟାନ୍ସ ତାଙ୍କ ବିଷୟରେ ସବୁ କିଛି ଜାଣିବା ପାଇଁ ଚାହୁଁଛନ୍ତି । ଏବେ ସାରାଙ୍କ ବିଷୟରେ ଏପରି କିଛି ଶୁଣିବାକୁ ମିଳିଛି ଯାହା ତାଙ୍କ ଫ୍ୟାନ୍ସଙ୍କୁ ଖୁସି କରିଦେବ ।

sara

ଆଜ୍ଞା ହିଁ, ସାରା ଖୁବ ଶୀଘ୍ର ଅଭିନେତା କାର୍ତ୍ତିକ ଆର‌୍ୟନଙ୍କ ସହିତ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଏହା ଆମେ ନୁହେଁ କରୀନା କପୁର କହିଛନ୍ତି । ନିକଟରେ କଫି ୱିଥ କରଣ ଶୋ’ରେ ଅତିଥି ଭାବେ ନଜର ଆସିଥିଲେ କରୀନା । ଶୋ’ରେ ସେ ସାରାଙ୍କ ଫିଲ୍ମକୁ ନେଇ ଖୁଲାସା କରିଛନ୍ତି । ସେ କହିଛନ୍ତି, ପରଦାରେ ସାରା-କାର୍ତ୍ତିକଙ୍କ ଯୋଡି ଖୁବ ଭଲ ଲାଗିବ । ଦୁହିଁଙ୍କୁ ନେଇ ଫିଲ୍ମ ନିର୍ମାଣ ହେବାର ଯୋଜନା ଚାଲିଛି । ଏହା ଏକ ବିଗ ବଜେଟ ଫିଲ୍ମ ହେବ ।

sara-ali-khan

କହିରଖୁଛୁ ଯେ, ଏହା ପୂର୍ବରୁ ସାରାଙ୍କୁ ନେଇ କରୀନା ଏକ ବୟାନ ଦେଇଥିଲା ଯାହା ପରେ ସାରା ପୁଣିଥରେ ଚର୍ଚ୍ଚାକୁ ଆସିଥିଲେ । ଯେବେ କରୀନାଙ୍କୁ ପଚରା ଗଲେ ଡେଟକୁ ନେଇ ସେ ସାରାଙ୍କୁ କ’ଣ ଉପଦେଶ ଦେବେ । ଏହାର ଉତ୍ତରରେ କରୀନା କହିଥିଲେ, ‘କେବେ ବି ନିଜର ପରଥମ ହିରୋ ସହିତ ଡେଟ କରିବ ନାହିଁ’ । ଏହା ପରେ ସାରା ଏବଂ ସୁଶାନ୍ତଙ୍କ ଲିଙ୍କଅପକୁ ଅନେକ ଚର୍ଚ୍ଚା ଆରମ୍ଭ ହୋଇଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More