କଫି ୱିଥ କରଣ-୬ : ନତାଶା ଦଲାଲାଙ୍କୁ ନେଇ ବରୁଣ ଧାୱନଙ୍କ ବଡ ଖୁଲାସା, କହିଲେ ସେ ମୋ ଫ୍ରେଣ୍ଡ ନୁହଁନ୍ତି ବରଂ ମୋ…
କଫି ୱିଥ କରଣର ଷଷ୍ଠ ସିଜିନ ଆରମ୍ଭ ହୋଇସାରିଛି । ଲେକେ ମଧ୍ୟ ପୂର୍ବ ସିଜିନ ପରି ଏହି ସିଜିନକୁ ପସନ୍ଦ କରୁଛନ୍ତି । ଲୋକେ ଏହାକୁ ପସନ୍ଦ କରିବାର ଆଉ ଏକ ମୁୁଖ୍ୟ କାରଣ ହେଉଛି ସେ ଷ୍ଟାରର୍ସଙ୍କୁ ଏପରି କନଫେକ୍ସନ କରାଇଥାନ୍ତି ଯାହା ବିଷୟରେ କେହି ମଧ୍ୟ ଭାବି ନଥାନ୍ତି । ଗତ ଏପିସୋଡରେ ମଧ୍ୟ ସେ ବରୁଣଙ୍କୁ ନିଜ ବିଷୟରେ ଏକ କନଫେକ୍ସନ କରାଇଛନ୍ତି ଯାହା କେହି ଭାବି ନଥିଲେ ।
ଆପଣ ତ ଜାଣିଥିବେ ବରୁଣଙ୍କୁ ଏବେ ନତାଶା ଦଲାଲଙ୍କ ସହିତ ସବୁଠାରେ ଦେଖିବାକୁ ମିଳୁଛି । ଏପରିକି ପରିବାରର ଫଙ୍କସନରେ ମଧ୍ୟ ନତାଶାଙ୍କୁ ବରୁଣ ସହିତ ଦେଖିବାକୁ ମିଳୁଛି । ତେବେ ନତାଶା ଆଉ କେହି ନୁହଁନ୍ତି ଅଭିନେତା ବରୁଣ ଧାୱନଙ୍କ ଜୀବନ ସାଥୀ । ଆଜ୍ଞା ହଁ ଏହା ଆମେ ନୁହେଁ ଖୋଦ ବରୁଣ ‘କଫି ୱିିଥ କରଣ’ରେ କହିଛନ୍ତି । ସେ କହିଥିଲେ ନତାଶା କେବଳ ତାଙ୍କ ଗର୍ଲଫ୍ରେଣ୍ଡ ନୁହଁନ୍ତି ଦୁହେଁ ଖୁବ ଶୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି ।
କହିରଖୁଛୁ ଯେ, ନତାଶା ଏବଂ ବରୁଣଙ୍କୁ ସବୁ ବଡ ଫଙ୍କସନରେ ଏକା ସହିତ ଦେଖିବାକୁ ମିଳେ । ଏହା ପରେ ଦୁହିଁଙ୍କ ଅଫେୟରଙ୍କୁ ନେଇ ଢେର ଚର୍ଚ୍ଚା ହେଉଛି । ଏବେ ବରୁଣ ମଧ୍ୟ ନ୍ୟାସନାଲ ଟେଲିଭିଜନରେ ଏହି କଥାକୁ ସ୍ୱିକାର କରି ସାରିଲେଣି । ଦେଖାଯାଉ ଦୁହେଁ କେବେ ବିବାହ କରୁଛନ୍ତି ।