Only for Entertainment

‘କଫି ୱିଥ କରଣ ୬’ରେ ଏକାକୀ ନଜର ଆସିବେ ବଲିଉଡର ଏହି ଖାନ କଳାକର, ଜାଣନ୍ତୁ ସେ କିଏ ?

bollywood life
28

କରଣ ଜୋହରଙ୍କ ହିଟ ଚାଟ ଶୋ’ କଫି ୱିଥ କରଣର ଷଷ୍ଠ ସିଜିନ ଆଗାମୀ ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି । ଯାହାର ଉତ୍ସାହ ଏବେ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି । ଚଳିତ ସିଜିନିରେ ଏପର୍ଯ୍ୟନ୍ତ ଯେଉଁ ଗେଷ୍ଟମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କୁ ଏପିସୋଡରେ ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।

ସୈଫ ଅଲୀ ଖାନ- ସାରା ଅଲୀ ଖାନ, ଅର୍ଜୁନ କପୁର- ଜାହ୍ନବୀ କପୁର, ଆଲିଆ- ଦୀପିକା ପାଦୁକୋନ ଏବଂ ରଣବୀର ସିଂ- ଅକ୍ଷୟ କୁମାରଙ୍କ ପରେ ଏବେ ଶୁଣିବାକୁ ମିଳୁଛି ଯେ ବଲିଉଡର ଇଣ୍ଡଷ୍ଟ୍ରିର ପରଫେକ୍ସନିଷ୍ଟ ଅମିର ଖାନ ମଧ୍ୟ କରଣଙ୍କ ଶୋ’ ରେ ଭାଗ ନେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛନ୍ତି ।

କିନ୍ତୁ କରଣଙ୍କ ଶୋ’ରେ ଅମିର ଖାନ ଏଣ୍ଟ୍ରିକୁ ନେଇ ନୂଆ ଟ୍ୱିଷ୍ଟ ରହିଛି । ଖବର ଅନୁସାରେ କରଣଙ୍କ ଶୋ’ରେ ସମସ୍ତ ଯୋଡିରେ ଆସୁଥିବା ବେଳେ ଅମିର ଖାନ ଏକାକୀ ନଜର ଆସିବେ । ଅମିର ପୂର୍ବରୁ ଦୁଇଥର କରଣଙ୍କ ଶୋରେ ନଜର ଆସିଥିଲେ । ପ୍ରଥମଥର ସେ ପତ୍ନୀ କିରଣ ରାଓଙ୍କ ସହିତ ନଜର ଆସିଥିବା ବେଳେ ଦ୍ୱିତୀୟ ଥର ଦଙ୍ଗଲ ଗର୍ଲସ ସାନ୍ୟା- ଫାତିମାଙ୍କ ସହିତ ନଜର ଆସିଥିଲେ ।

କହିରଖୁଛୁ ଯେ, ଅମିର ଖାନ ଚଳିତ ସପ୍ତାହରେ କରଣଙ୍କ ଶୋ’ ପାଇଁ ସୁଟ କରିବେ । ଫିଲ୍ମ ବିଷୟରେ କହିବାକୁ ଗଲେ ତାଙ୍କର ଆଗାମୀ ବିଗ ବଜେଟ ଫିଲ୍ମ ‘ଠଗ୍ସ ଅଫ ହିନ୍ଦୋସ୍ତାନ’ ଦୀପାବଳୀରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ସେ ପ୍ରଥମ ଥର ପାଇଁ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି । ଫିଲ୍ମରେ ଅମିର ଖାନ ଏବଂ ଅମିତାଭ ବଚ୍ଚନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ ଏବଂ ଫାତିମା ଶେଖ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More