Only for Entertainment

ସାମ୍ନାକୁ ଆସିଲା ହାର୍ଟ ବ୍ରେକିଂ କାହାଣୀ, ଏମ କମ ଛାତ୍ର ସାଜିଛନ୍ତି ଜୋମାଟୋ ଡେଲିଭରି ବଏ ।

timesnow
53

ସୋସିଆଲ ମିଡିଆରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି କୋଲକାତାର ଜଣେ ଜୋମାଟୋ ବଏ । କାରଣ ହେଉଛି ତାଙ୍କ ଶିକ୍ଷାଗତ ଯୋଗ୍ୟତା । ଫେସବୁକ ପୋଷ୍ଟ ଅନୁସାରେ କୋଲକାତାର ମିରାଜ ନାମକ ଜଣେ ଯୁବକ ଏମ.କମ କରିବା ପରେ ମଧ୍ୟ ଏଭଳି ଏକ ବୃତ୍ତିକୁ ଆପଣାଇଛନ୍ତି ଯାହାକୁ ଜାଣିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଜ୍ଞା ହଁ ମିରାଜ ସାଜିଛନ୍ତି ଜୋମାଟୋ ଡେଲିଭରି ବଏ ।

ବାସ୍ତବରେ କୋଲକାତାରେ ସୌଭିକ ଦତ୍ତନାମକ ଜଣେ ବ୍ୟକ୍ତି ଜୋମାଟୋ ଆପରୁ ଖାଦ୍ୟ ଅର୍ଡର କରିଥିଲେ । ଏହାପରେ ତାଙ୍କୁ ଆସିଥିଲା ଏକ କନଫରମେସନ ମେସେଜ । ଯେଉଁଥିରେ ମିରାଜଙ୍କର ସମଗ୍ର ବିବରଣୀ ଥିଲା । ଏହା ସହିତ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଅପଡେଟ ଥିଲା । ଅଣ୍ଡର ଗ୍ରାଜୁଏଟ ସୌଭିକ ତାହାର ଏକ ସ୍କ୍ରିନ ସଟ ନେଲେ ଏବଂ ଏହାକୁ ତାଙ୍କ ଫେସବୁକ ପେଜରେ ପୋଷ୍ଟ କରିଦେଲେ ।

ଏହା ସହିତ ଦତ୍ତ ଲେଖିଛନ୍ତିଯେ ହସ ହସ ମୁହଁରେ ମିରାଜ ଖାଦ୍ୟ ଡେଲିଭରି କଲେ ଏବଂ ଏକ ରେଟିଂ ଦେବା ପାଇଁ ଅନୁରୋଧ କରି ସେଠାରୁ ଚାଲିଗଲେ । ଏହାପରେ ଦତ୍ତ ଜାଣିବାକୁ ପାଇଲେଯେ ମିରାଜ ଏମ କମ ସହିତ ଫାଇନାନ୍ସ ଏବଂ ଇନଭେଷ୍ଟମେଂଟ ବ୍ୟାଙ୍କିଂରେ ପିଜିଡିଏମ କରିଛନ୍ତି । ତେବେ ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More