Only for Entertainment

୭୭ ବର୍ଷ ବୟସରେ ମଡେଲିଂ କରିବା ପାଇଁ କାହିଁକି ବାଧ୍ୟ ହେଉଛନ୍ତି ଏହି ବୁଢି ମହିଳା

Kumparan
54

ଆର୍ଥିକ ସମସ୍ୟା ପାଇଁ ମଣିଷ କିଛି ବି କରିବା ପାଇଁ ପଛାଇନଥାଏ । ନିଜର ଅସୁବିଧାକୁ ଦୂର କରିବା ପାଇଁ ସେ ସବୁ ପ୍ରକାର ପ୍ରୟାସ କରିଥାଏ । ଦକ୍ଷିଣ କୋରିଆରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଜଣେ ୭୭ ବର୍ଷର ବୃଦ୍ଧା ଯୁବ ପିଢି ପାଇଁ ପ୍ରେରଣା ପାଲଟିଛନ୍ତି ।

ଅସଲରେ ଏହି ବୃଦ୍ଧା ଜଣଙ୍କ କରଜରେ ବୁଡି ରହିଛନ୍ତି ଏବଂ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ସେ ମଡେଲିଂ କରିବା ଆରମ୍ଭ କରିଦେଇଛନ୍ତି । ଏହି ମହିଳାଙ୍କ ନାମ ଚୋଇ ସୁନ । ସେ ଦକ୍ଷିଣ କୋରିଆର ବାସିନ୍ଦା ଏବଂ ପୂର୍ବରୁ ହସ୍ପିଟାଲରେ କାମ କରୁଥିଲେ । ମଡେଲ ହେବାର ଧାରଣ ତାଙ୍କ ମନକୁ ଏକ ଟିଭି ବଜ୍ଞାପନରୁ ଆସିଥିଲା । ଚୋଇ ଏବେ ଫ୍ୟାସନ ଆଇକନ ହେବା ସହିତ କୋରିଆର ସବୁଠାରୁ ବସସ୍କ ମଡେଲ ହୋଇଛନ୍ତି । ଚୋଇ ସୁନ ସିୟୋଲ ଫ୍ୟାସନ ୱିକରେ ର‌୍ୟାମ୍ପ ୱାର୍କ କରିବା ପରେ ଚର୍ଚ୍ଚରେ ଆସିଥିଲେ ।

ଚୋଇଙ୍କ ଜୀବନ ଖୁବ ସଙ୍ଘର୍ଷମୟ ଥିଲା । ଆର୍ଥିକ ସମସ୍ୟା ମଧ୍ୟରେ ବଢିଥିବା ଚୋଇ ପତିଙ୍କ ଠାରୁ ଅଲଗା ହେବା ପରେ ଛୁଆମାନଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ଉପରେ ଥିଲା । ଗତ କିଛି ବର୍ଷ ହେବ ସେ ହସ୍ପିଟାଲରେ କାମ କରୁଥିଲେ ଯେପରି ତାଙ୍କ କରଜ ସୁଝି ହେବ ।

ଚୋଇଙ୍କ କହିବା ଅନୁସାରେ, ତାଙ୍କ ପାଖରେ ଆମଦାନୀର ଆଉ କୌଣସି ବାଟ ନଥିଲା । ସେ ଯେଉଁ ଆୟ କରୁଥିଲେ ତାହା ସବୁ ଋଣ ସୁଝିବାରେ ଯାଉଥିଲା । ଚାପ ବଢିବାକୁ ଲାଗିଲା । ସେଥିପାଇଁ ଚୋଇ ନିଜ ଜୀବନକୁ ପରିବର୍ତ୍ତନ କରିବା ପାଇଁ ଚିନ୍ତା କରିଥିଲେ । ଚୋଇ କହିଛନ୍ତି ଯେ ଏକ ଟିଭି ବିଜ୍ଞାପନ ଦେଖି ତାଙ୍କ ମୁଣ୍ଡକୁ ମଡେଲିଂ କରିବାର ଧାରଣା ଆସିଥିଲା । ଏହା ପରେ ସେ ମଡେଲିଂ କ୍ଲାସ ପାଇଂ ଆବେଦନ କରି ପ୍ରସ୍ତୁତି ଆରମ୍ଭ କରିଥିଲେ । ଅସଲ ଜୀବନ ସହିତ ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।

ଚୋଇଙ୍କ ଅନୁସାରେ ମଡେଲିଂ କରିବା ପାଇଁ କେଶ ରଙ୍ଗ କରିବାକୁ ପଡେ ନାହିଁ । କିନ୍ତୁ ଯେତେବେଳେ ସେ ହସ୍ପିଟାଲରେ ଥିଲେ କେଶ ରଙ୍ଗ କରିବାକୁ ପଡୁଥିଲା କାରଣ ଲୋକେ ଚାହୁଁନଥିଲେ କୌଣସି ବୃଦ୍ଧା ତାଙ୍କର ଯତ୍ନ ନିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More