Only for Entertainment

କ୍ରିଷ ୪ରେ ହ୍ରିତିକଙ୍କ ସହିତ ନଜର ଆସିପାରନ୍ତି ଏହି ଦୁଇ ନାୟିକା ।

aajtak
0 45

ହ୍ରିତିକ ରୋଶୋନଙ୍କ ମେଗା ବଜେଟ ଫିଲ୍ମ କ୍ରିଷ ୪ରେ ଏହିଥର ଜଣେ ପରିବର୍ତ୍ତେ ଦୁଇଜଣ ଅଭିନେତ୍ରୀ ଲିଡ ଚରିତ୍ରରେ ନଜର ଆସିପାରନ୍ତି । ତେବେ ହ୍ରିତିକଙ୍କ ସହିତ ଦୁଇ ଅଭିନେତ୍ରୀଙ୍କ କେମେଷ୍ଟ୍ରି ଦେଖିବାକୁ ମିଳିପାରେ । ଏବେ ଫିଲ୍ମର ସ୍କ୍ରିପ୍ଟ ଉପରେ କାମ ଚାଲୁଛି । ଏହି ମଧ୍ୟରେ ଶୁଣିବାକୁ ମିଳୁଛିଯେ ନିର୍ଦ୍ଦେଶକ ରାକେଶ ରୋଶନ ଫିଲ୍ମରେ ଦୁଇ ବଡ଼ ଅଭିନେତ୍ରୀଙ୍କୁ କାଷ୍ଟ କରିପାରନ୍ତି ।

ସୂଚନା ଅନୁସାରେ ଏହି ଦୁଇ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ କ୍ୟାଟ୍ରିନା କୈଫ ହୋଇପାରନ୍ତି । ତେବେ ପ୍ରିୟଙ୍କା ଏହି ଫିଲ୍ମର ପ୍ରଥମ ଦୁଇ ଭାଗରେ ନଜର ଆସିଥିଲେ । ଖବର ଅନୁସାରେ ଫିଲ୍ମର ସ୍କ୍ରିପ୍ଟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ,ତେଣୁ ଦ୍ୱିତୀୟ ଅଭିନେତ୍ରୀଙ୍କ ବିଷୟରେ ଆଲୋଚନା ଜାରି ରହିଛି ।

ଏକ ମିଡିଆ ରିପୋର୍ଟ ଅନୁସାରେ ପ୍ରିୟଙ୍କାଙ୍କ ଚରିତ୍ର ପୂର୍ବରୁ ରହିଛି,କିନ୍ତୁ ଏହାକୁ ଆଗକୁ ବଢାଯିବ । ଅନ୍ୟ ପାଶ୍ୱର୍ରେ ଯଦି ଦ୍ୱିତୀୟ ନାୟିକାଙ୍କୁ ନିଆଯାଏ ତେବେ ସ୍କ୍ରିପ୍ଟରେ ପରିବର୍ତ୍ତନ କରିବାକୁ ପଡ଼ିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More