Only for Entertainment

ରିଲିଜ ହେଲା ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍’ ଫିଲ୍ମର ଟାଇଟେଲ୍ ଟ୍ରାକ, ଦେଖନ୍ତୁ

you tube
41

ଚର୍ଚ୍ଚାରେ ଓଡିଆ ଫିଲ୍ମ ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଏ ଡ୍ୟାନ୍ସର୍’ । ଏହି ସିନେମାର ଟାଇଟେଲ୍ ଟ୍ରାକ୍ ଏବେ ରିଲିଜ୍ ହୋଇଛି । ଫିଲ୍ମ ଲିଡ୍ ଷ୍ଟାର୍ କ୍ରିଷ୍ଣା ଓ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ରୋମାଂଟିକ୍ ଟାଇଟେଲ୍ ଟ୍ରାକରେ ଶୁଣିବାକୁ ମିଳିଛି ସଶାଙ୍କ ଶେଖର୍ ଓ ଅର୍ପିତାଙ୍କ ମନଛୁଆଁ ଗାୟିକୀ । ଆକର୍ଷଣୀୟ ଲୋକସନ୍ ସହ ନାୟିକ – ନାୟିକାଙ୍କ କେମେଷ୍ଟ୍ରୀ ଓ କଲରଫୁଲ୍ କଷ୍ଟ୍ୟୁମ୍ ଏହି ଗୀତକୁ କରିଛି ଆହୁରି ଆକର୍ଷଣୀୟ ।

ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ – ଟାଇଟେଲ୍ ଟ୍ରାକରେ ସଙ୍ଗୀତର ଭାର ତୁଲାଇଛନ୍ତି କ୍ରିଷ୍ଣା ରେଡ୍ଡି ଓ ସାଇ ଲଖନ୍ । ଆଉ ଗୀତର ଲିରିକ୍ସ ଦେଇଛନ୍ତି କୁମାର୍ ଶ୍ରୀ ସାହୁ । ଫିଲ୍ମରେ ସ୍ଥାନ ପାଇଥିବା ଏହି ରୋମାଂଟିକ୍ ଗୀତର କୋରିଓଗ୍ରାଫି କରିଛନ୍ତି ପବିତ୍ର ପ୍ରଧାନ । ଏହି ଫିଲ୍ମଟି ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ମୁଖ୍ୟ ଡି. କ୍ରିଷ୍ଣା ମୋହନ୍ ରେଡ୍ଡିଙ୍କ ସଂଘର୍ଷର କାହାଣୀକୁ ନେଇ ଗତିଶୀଳ ହୋଇଛି । ନିକଟରେ ଏହି ସିନେମାର ରିଲିଜ୍କୁ ନେଇ ମେକରଙ୍କ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଠି ମେକରଙ୍କ ସହ ଷ୍ଟାର୍ ମାନଙ୍କୁ ବି ଦେଖିବାକୁ ମିଳିଥିଲା ।

କିଭଳି ସାଧାରଣ ବସ୍ତି ପିଲା ଓ ଶ୍ରମିକଙ୍କୁ ତାଲିମ୍ ଦେଇ ଜାତୀୟ ମଂଚରେ ଭେଟି ଦେଇଥିଲା ଚମକ୍ରାର ନୃତ୍ୟ କଳା ତାହା ଦେଖିବାକୁ ମିଳିବ ଏହି ସିନେମାରେ । କ୍ରିଷ୍ଣା ନିଜେ ଏହି ସିନେମାରେ ଅଭିନୟ କରିବା ସହ ଫିଲ୍ମର କାହାଣୀ ଓ ନିର୍ଦ୍ଦେଶନା ବି ଦେଇଛନ୍ତି । ଏହି ସିନେମା ଜରିଆରେ ଓଡିଉଡ୍ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିବାକୁ ଯାଉଛନ୍ତି କ୍ରିଷ୍ଣା । ଓଡିଶାର ପ୍ରଥମ ଡ୍ୟାନ୍ସ ଫିଲ୍ମ ହେବାକୁ ଯାଉଛି ଏହି ସିନେମାଟି । ଯାହା ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି । ଏପ୍ରିଲ୍ ମାସ ଶେଷ ସୁଦ୍ଧା ପରଦାକୁ ଆସିବ ଚଳଚ୍ଚିତ୍ର ‘କ୍ରିଷ୍ଣା – ଦ ଷ୍ଟୋରୀ ଅଫ୍ ଅ ଡ୍ୟାନ୍ସର୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More