Only for Entertainment

ବିଟ୍ଟୀ ଭୂମିକା ପାଇଁ କ୍ରିତି ସାନନଙ୍କୁ ମିଳିବ ଏହି ଖାସ ଆୱାର୍ଡ଼,ଏହି ତାରକାଙ୍କ ନାମ ମଧ୍ୟ ସାମିଲ ରହିଛି ।

news18
0 48

କ୍ରିତି ସାନନଙ୍କୁ ଫିଲ୍ମ ବରେଲୀ କି ବର୍ଫି ପାଇଁର୍ ଦାଦା ସାହେବ ଫାଲକେ ଆୱାର୍ଡ଼ ପ୍ରଦାନ କରାଯିବ । ସେ ଫିଲ୍ମରେ ବିଟ୍ଟୀର ଚରିତ୍ରରେ ନଜର ଆସିଥିଲେ । ରାଜକୁମାର ରାଓ ଏବଂ ଆୟୁଷ୍ମାନ ଖୁରାନା ଲିଡ ରୋଲରେ ନଜର ଆସିଥିଲେ । ଅଶ୍ୱିନୀ ଅୟାରୀ ଏହାର ନିର୍ଦ୍ଦେଶକ ଥିଲେ । ବେଷ୍ଟ ଆକ୍ଟର ଆୱାର୍ଡ଼ ଫିଲ୍ମ ନିଉଟନ ପାଇଁ ରାଜକୁମାର ରାଓଙ୍କୁ ଦିଆଯିବ । ଏହା ବ୍ୟତୀତ ରଣବୀର ସିଂ,ଅନୁଷ୍କା ।ର୍ମା,ତମନ୍ନା ଭାଟିୟା,ରାନୀ ଭୁଖାର୍ଜୀ,ଅଦିତି ରାଓଙ୍କୁ ମଧ୍ୟ ଦାଦା ସାହେବ ଫାଲକେ ଆୱାର୍ଡ଼ରେ ସମ୍ମାନିତ କରାଯିବ । ତେବେ କୃତିଙ୍କ ପାଇଁ ,ହା ଖୁବ ଖାସ ପୁରସ୍କାର ହେବ । କାରଣ ଏହା ତାଙ୍କର କ୍ୟାରିଅର ଆରମ୍ଭର ସଙ୍କେତ ।

କୃତି ଇଂଜିନିୟରିଂ କରିଛନ୍ତି । ସେ ତେଲୁଗୁ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ । ଟାଇଗର ସ୍ରଫଙ୍କ ସହିତ ହିରୋପନ୍ଥୀରୁ ଆରମ୍ଭ କରିଥିଲେ । ଏହି ଫିଲ୍ମ ପାଇଁ କୃତିକୁ ଫିଲ୍ମଫେୟର ବେଷ୍ଟ ଫିମେଲ ଡେବ୍ୟୁ ପାଇଁ ଆୱାର୍ଡ଼ ମିଳିଥିଲା । ଫିଲ୍ମ ଦିଲୱାଲେରେ ତାଙ୍କ ଶାହାରୁଖଙ୍କ ସହିତ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହାପରେ ଫିଲ୍ମ ଶବ୍ଦାରେ ସୁଶାନ୍ତ ସିଂ ରାଜପୂତଙ୍କ ସହିତ ସେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More