Only for Entertainment

ନଖରା ଦେଖାଇବାରୁ ଅମିତାଭ ବଚ୍ଚନ-ଇମରାନ ହାଶମୀଙ୍କ ଫିଲ୍ମ ‘ଚେହେରା’ରୁ ବାହାରିଲେ କୃତି ଖରବନ୍ଧା!

Hindustan Times
38

ଅଭିନେତ୍ରୀ କୃତି ଖରବନ୍ଧାଙ୍କ ପାଇଁ ୨୦୧୯ ଖୁବ ଭଲ ରହିଛି । ଦୀପାବଳିରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ହାଉସଫୁଲ ୪’ ବକ୍ସ ଅଫିସରେ ଖୁବ ଭଲ ବିଜନେଲସ କରିଥିଲା । ‘ହାଉସଫୁଲ ୪’ର ସଫଳତାକୁ ଏଞ୍ଜୟ କରିବା ସହିତ କୃତି ଏବେ ନିଜର ଆଗାମୀ ଫିଲ୍ମ ‘ପାଗଳପନ୍ତୀ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଦୁଇଟି ଫିଲ୍ମ ବ୍ୟତିତ କୃତି ଖରବନ୍ଧା ଅମିତାଭ ବଚ୍ଚନ ଏବଂ ଇମରାନ ହାଶମୀଙ୍କ ଫିଲ୍ମ ‘ଚେହେରା’ରେ ମଧ୍ୟ ନଜର ଆସିଥାନ୍ତେ । ମାତ୍ର ଏବେ ଶୁଣିବାକୁ ମିଳିଛି ଯେ, ଏହି ପ୍ରେଜେକ୍ଟ ଏବେ ତାଙ୍କ ହାତରୁ ଚାଲିଯାଇଛି ।

ଆଜ୍ଞା ହିଁ, ରିପୋର୍ଟ ଅନୁସାରେ କୃତି ଖରବନ୍ଧା ଖୁବ ନଖରା ଦେଖାଇବାରୁ ଫିଲ୍ମ ‘ଚେହେରା’ରୁ ତାଙ୍କୁ ବାହାର କରି ଦିଆଯାଇଛି । କୃତି ଫିଲ୍ମର ପ୍ରଥମ ସିଡ୍ୟୁଲ ପୂରା କରିଦେଇଥିଲେ । ଖବର ଅନୁସାରେ ଫିଲ୍ମକୁ ନେଇ କୃତି ଖୁବ ନଖରା ଦେଖାଇଥିଲେ ଏବଂ ଏହାକୁ ନେଇ ମେକର୍ସ ତାଙ୍କ ହିସାବାରେ ପରିବର୍ତ୍ତନ ମଧ୍ୟ କରିଥିଲେ । ଏହା ପରେ ମଧ୍ୟ କୃତିଙ୍କ ବ୍ୟବହାର ବଦଳି ନଥିଲା ।

 

View this post on Instagram

 

Lock the date !!

A post shared by Emraan Hashmi (@therealemraan) on

ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ, ଫିଲ୍ମର ନିର୍ଦ୍ଦେଶକଙ୍କ ସହିତ କୃତିଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏହାକୁ ନେଇ ମେକର୍ସ ତାଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛନ୍ତି । ଏହା ସହିତ କୃତିଙ୍କର ଟିମ ସହିତ ଡେଟସ୍ କୁ ନେଇ ଗଡବଡ ହେଉଥିଲା ।

କୃତିଙ୍କ ପ୍ରଥମ ସିଡ୍ୟୁଲ ପୂରା କରିସାରିଥିବା ବେଳେ ମେକର୍ସ ପୁଣି ଥରେ ନୂଆ ଅଭିନେତ୍ରୀଙ୍କ ସହିତ କିଛି ସିନ ପୁଣିଥରେ ସୁଟ କରିବେ । ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା । ଏହାକୁ ଫ୍ୟାନ୍ସ ଖୁବ ପସନ୍ଦ ମଧ୍ୟ କରିଥିଲେ । ଫିଲ୍ମ ଚେହେରାର ନିର୍ଦ୍ଦେଶନା ରୁମୀ ଡାଫରୀ ଦେଉଛନ୍ତି । ଫିଲ୍ମ ୨୪ ଏପ୍ରିଲରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More