ଫଟୋସୁଟ ପାଇଁ ଏଭଳି ପ୍ରସ୍ତୁତ ହୁଅନ୍ତି ଅଭିନେତ୍ରୀ । କୃତି ଖରବନ୍ଦା ଶେୟାର କଲେ ଭିଡ଼ିଓ ।
ବଲିଉଡ ଅଭିନେତ୍ରୀ କୃତି ଖରବନ୍ଦା ଅଧିକାଂଶ ସମୟରେ ନିଜଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ କୃତି ଏକ ମାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ଏହି ଫଟୋସୁଟର ଭିଡ଼ିଓ ଏବଂ ଫଟୋ ସେ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।
ଫଟୋରେ କୃତି ୱାନ ପିସ ଗାଉନରେ ନଜର ଆସିଛନ୍ତି । ଅନ୍ୟ କିଛି ଫଟୋରେ କ୍ରିମ ରଙ୍ଗର ଗାଉନରେ ନଜର ଆସିଛନ୍ତି । ୱର୍କଫ୍ରଂଟ କଥା ଆଲୋଚନା କରିବା ତ କୃତି ହାଉସଫୁଲ ୪ରେ ନଜର ଆସିବେ । ଫିଲ୍ମରେ ତାଙ୍କ ବ୍ୟତୀତ ଅକ୍ଷୟ କୁମାର, ବବି ଦେଓଲ ଏବଂ ରିତେଶ ଦେଶମୁଖ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମ ୨୫ ଅକ୍ଟୋବରକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି ।