Only for Entertainment

‘କଳଙ୍କ’ର ସ୍ପେଶାଲ ଗୀତରେ ନଜର ଆସିବେ ‘ବରେଲୀ କି ବରଫି’ ଫେମ କୃତି ସେନନ

zee new
0 64

କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘କଳଙ୍କ’ର ସୁଟିଂ ଏବେ ଜୋର ସୋରରେ ଚାଲିଛି । ଫିଲ୍ମରେ ବରୁଣ ଧୱନ, ଆଲିଆ ଭଟ୍ଟ, ସୋନାକ୍ଷୀ ସିହ୍ନା, ଆଦିତ୍ୟ ରୟ କପୁର, ମାଧୁରୀ ଦୀକ୍ଷିତ ଏବଂ ସଂଜୟ ଦତ୍ତଙ୍କ ପରି କଳାକାର ନଜର ଆସିବେ । ତେବେ କଳାକାରଙ୍କ ଏହି ଲମ୍ବା ତାଲିକାରେ ଏବେ ବଢିବାରେ ଲାଗିଛି । ପରିୟଡିକ ଡ୍ରାମା ଫିଲ୍ମ ‘କଳଙ୍କ’ରେ ଏବେ କୃତି ସେନନଙ୍କ ନାମ ସାମିଲ ହୋଇଛି ।

 

ତେବେ କୃତି ଫିଲ୍ମରେ ନୁହେଁ ଫିଲ୍ମର ଏକ ସ୍ପେଶାଲ ଗୀତରେ ନଜର ଆସିବେ । ଫିଲ୍ମ ପାଇଁ ଆଲିଆ ଭଟ୍ଟ ଏବଂ ବରୁଣ ଧାୱନ ନିଜର ସୁଂଟି କିଛି ଦିନରୁ ଆରମ୍ଭ କରିସାରିଥିବା ବେଳେ ଶୁକ୍ରବାର ଦିନ ଆଦିତ୍ୟ ରୟ କପୁର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଆଦିତ୍ୟଙ୍କ ସହିତ କଳଙ୍କର ଡ୍ୟାନ୍ସିଂ ରିହର୍ସଲ ବେଳେ ଅଭିନେତ୍ରୀ କୃତି ସେନନଙ୍କୁ ମଧ୍ୟ ଦେଖବାକୁ ମିଳିଥିଲା ।

ବରୁଣ ଧୱନ ଶୁକ୍ରବାର ଦିନ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ କରଣ ଜୋହର ଆଦିତ୍ୟ ରୟ କପୁରଙ୍କ ସହିତ ସ୍ପେଶାଲ ପ୍ୟାକେଜ କୃତି ସେନନଙ୍କୁ ମଧ୍ୟ ଇଣ୍ଟରଡ୍ୟୁସ କରିଥିଲେ । କହିରଖୁଛୁ ଯେ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘କଳଙ୍କ’ ୧୯ ଏପ୍ରିଲ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More