Only for Entertainment

କ୍ରିଶ-୪ରେ ଅଭିନୟ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କ୍ରିତି ସାନୋନ, ରାକେଶ ରୋଶନଙ୍କ ଅଫିସ ସାମ୍ନାରେ ହେଲେ ସ୍ପଟ !

18

ବଲିଉଡ୍ ହାର୍ଟଥ୍ରୋବ୍ ହ୍ରିତିକ୍ ରୋଶନ୍ । ବି-ଟାଉନର ଆଗ ଧାଡିର ନାୟକ । ପରଦାରେ ତାଙ୍କ ସହ ରୋମାନ୍ସ କରିବା ପାଇଁ ପ୍ରାୟ ସବୁ ନାୟିକା ମାନେ ଚାହିଁ ବସିଥାନ୍ତି । ଆଉ ଏବେ ଏମିତି ଜଣେ ବଲିଉଡ୍ ନାୟିକା ଅଛନ୍ତି, ଯିଏ କି ହ୍ରିତିକଙ୍କ ଅନସ୍କ୍ରିନ୍ ନାୟିକା ହେବା ପାଇଁ ଆରମ୍ଭ କରିଦେଇଛନ୍ତି ପ୍ରୟାସ । ସେ ହେଲେ ଅଭିନେତ୍ରୀ କ୍ରିତି ସାନୋନ୍ । କ୍ରିତି, ହ୍ରିତିକ୍ ରୋଶନଙ୍କ ସହ ଚଳଚ୍ଚିତ୍ର କ୍ରିଶ୍ – ଫୋରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି । ଆଉ ଯାହାକୁ ନେଇ ସେ ଏବେ ରାକେଶ ରୋସନଙ୍କ ଅଫିସ୍ର ଚକ୍କର୍ କାଟୁଛନ୍ତି ।

ହ୍ରିତିକଙ୍କ ନାୟିକା ହେବାକୁ ଚାହୁଁଛନ୍ତି ବରେଲି କି ବରଫି ଫେମ୍ ଅଭିନେତ୍ରୀ କ୍ରିତି ସାନୋନ୍ । ବି-ଟାଉନ୍ର ଗ୍ରିକ୍ ଗଡ୍ ଭାବେ ଫେମସ୍ ଅଭିନେତା ହ୍ରିତିକ୍ ରୋଶନଙ୍କ ସହ  ପରଦାରେ ରୋମାନ୍ସ କରିବାକୁ ଚାହୁଁଛନ୍ତି କ୍ରିତି । ଯାହାକୁ ନେଇ ସେ ଏବେ ହ୍ରିତିକଙ୍କ ବାପା ରାକେଶ୍ ରୋଶନଙ୍କ ଅଫିସର ଚକ୍କର୍ କାଟୁଛନ୍ତି । ରାକେଶ ରୋଶନ୍ ଓ ପୁଅ ହ୍ରିତିକ୍ ଏବେ କ୍ରିଶର ଆଗାମୀ ସଂସ୍କରଣ ପାଇଁ ପ୍ରସ୍ତୃତି ଆରମ୍ଭ କରିଦେଇଛନ୍ତି । ସିନେମାର ସ୍କ୍ରିପ୍ଟିଂ ଉପରେ ଏବେ କାମ କରାଯାଉଥିବାବେଳେ, ଫିଲ୍ମରେ ନାୟିକା କିଏ ହେବ ସେ ନେଇ କୌଣସି ନିଷ୍ପତି ହୋଇ ନାହିଁ । ବାସ୍ ଏହି ଖବର ଯେତେବେଳେ ଅଭିନେତ୍ରୀ କ୍ରିତି ସାନୋନଙ୍କ କାନରେ ପଡେ, ସେ ଧାଇଁ ଯାଆନ୍ତି ରାକେଶ ରୋଶନଙ୍କ ଅଫିସ୍ । ଆଉ ଜଣାନ୍ତି କ୍ରିଶ୍ – ଫୋରରେ ନାୟିକା ହେବାର ନିଜ ଇଚ୍ଛା ବିଷୟରେ । ସେପଟେ ରାକେଶ ରୋଶନ୍, କ୍ରିଶର ପୂର୍ବ ସଂସ୍କରଣରେ ନାୟିକା ଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପୁନଃ କାଷ୍ଟ କରିବା ପାଇଁ ରଖିଛନ୍ତି ଇଚ୍ଛା ।

ଚଳଚ୍ଚିତ୍ର କ୍ରିଶ୍ – ଫୋର୍ ଏକ ବଡ ସାଇନ୍ସ- ଫିକ୍ସନ୍ ସିନେମା ହେବାକୁ ଯାଉଛି । କ୍ରିଶର ପୂର୍ବ ସଂସ୍କରଣ ଗୁଡିକ ଇଣ୍ଡଷ୍ଟ୍ରୀରେ କମାଲ୍ କରିବା ସହ ଭାରତୀୟ ଦର୍ଶକଙ୍କୁ ବି ଢେର୍ ପସନ୍ଦ ଆସି ପାରିଛି । ଆଉ କ୍ରିଶ୍ – ଫୋର୍ ଠାରୁ ମଧ୍ୟ କିଛି ସେହିପରି ଧମାକାର ଉପେକ୍ଷା ରଖିଛନ୍ତି ସିନେପ୍ରେମୀ । ଯାହାର ପ୍ରସ୍ତୁତିରେ ଏବେ ବ୍ୟସ୍ତ ହ୍ରିତିକ୍ । ତେବେ ହ୍ରିତିକଙ୍କୁ ଶେଷ ଥର ପାଇଁ ୨୦୧୭ ଜାନୁୟାରୀ ମାସରେ ରିଲିଜ୍ ହୋଇଥିବା ଫିଲ୍ମ କାବିଲ୍ରେ ଦେଖିବାକୁ ମିଳିଥିଲା । ଏହାପରେ ସେ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେଉଥିବା ବାଓଗ୍ରାଫିକାଲ୍ ଫିଲ୍ମ ‘ସୁପର୍-ଥାର୍ଟି’ର ମେକିଂରେ ଥିଲେ ବସ୍ତ । ଯାହା ରିଲିଜ୍ ଅପେକ୍ଷାରେ ରହିଛି । ଏବେ ଦେଖିବାକୁ ବାକି ରହିଲା କ୍ରିତିଙ୍କୁ, ହ୍ରିତିକ୍ଙ୍କ ନାୟିକା ହେବାର ସୁଯୋଗ ମିଳୁଛି କି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More