Only for Entertainment

ଖୁବ ଶୀଘ୍ର ଏହି ଟିଭି ଅଭିନେତ୍ରୀ କରିବେ ବଲିଉଡ ଡେବ୍ୟୁ, ଜ୍ୟାକି ଭଗନାନୀଙ୍କ ସହିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ

Hindustan Times
0 41

ଟିଭି ଅଭିନେତ୍ରୀ କ୍ରିତିକା କାମରା ଖୁବ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ମୌନି ରୟ, ଦୀପିକା କକ୍କର ଏବଂ ମୃଣାଳ ଠାକୁରଙ୍କ ପରେ କୃତିକାଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି । ଅପରପକ୍ଷରେ ଶୁଣିବାକୁ ମିଳୁଛି ଯେ କ୍ରିତିକା
ବଲିଉଡ  ଅଭିନେତା ଜ୍ୟାକୁ ଭଗନାନୀଙ୍କୁ ଡେଟ କରୁଛନ୍ତି । ଏହି ଖବର ଶୁଣିବା  ପରେ କୃତିକା  ନିଜ ମୁହଁ  ଖୋଲିଛନ୍ତି । ସେ କହିଛନ୍ତି ଯେ ଏହା ସବୁ ଗୁଜବ ।

-kritika-kamra-birthday-jackyy-

କ୍ରିତିକା ତେଲଗୁ ଫିଲ୍ମ ‘ପେଲି ଚେପୁଲୁ’ର ହିନ୍ଦୀ ରିମେକରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଜ୍ୟାକି ଭଗନାନୀଙ୍କୁ ଦେଖିବାକୁ ମିଳିବ । କ୍ରିତିକାଙ୍କ ଜନ୍ମଦିନରେ ଜ୍ୟାକି ଏକ ସରପ୍ରାଇଜ ପାର୍ଟି ରଖିଥିଲେ । ଏହାପରଠାରୁ ଦୁହିଁଙ୍କ ରିଲେସନସିପକୁ ନେଇ ଖବର ପ୍ରସାର ହେବାକୁ ଲାଗିଲା ।

କ୍ରିତିକା ବଲିଉଡଲାଇଫକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ କହିଥିଲେ, ‘ଜ୍ୟାକି ଏବଂ ମୁଁ କେବଲ ଭଲ ବନ୍ଧୁ । ନିକଟରେ ଆମେ ଫିଲ୍ମର ସୁଟିଂ ଶେଷ  କରିଛୁ ।’ ଖବର ଅନୁସାରେ କ୍ରିତିକା ଏକତା କପୁରଙ୍କ ଫିଲ୍ମ ‘ବତମିଜ ଦିଲ’ରୁ  ବଲିଉଡ ଡେବ୍ୟୁ କରିଥାନ୍ତେ । କିନ୍ତୁ କୌଣସି କାରଣରୁ ଏହାର ସୁଟିଂ ଆଗେଇ ପାରିଲା ନାହିଁ ।

karan-kundrra-759

ଉଲ୍ଲେଖଯୋଗ୍ୟ ଯେ, କରଣ ଏବଂ କ୍ରିତିକା ପ୍ରଥମ କରି ଏକାଠି ‘କିତନି ମହୋବତ ହୈ’ରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ସିରିଏଲ ପରେ ଦୁହେଁ ରିଲେସନସିପରେ ଥିଲେ । କିନ୍ତୁ କିଛି ସମୟ ପରେ ଦୁହିଁଙ୍କ ବ୍ରେକଅପ ହୋଇଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More