Only for Entertainment

କୃତିଙ୍କ ପରେ ଏବେ ମୌନୀ ରୟ ମଧ୍ୟ ଛାଡିଲେ ଫିଲ୍ମ ‘ଚେହେରେ’, ଏବେ ଏହି ଅଭିନେତ୍ରୀଙ୍କ ହାତରେ ଲାଗିଲା ଜ୍ୟାକପଟ !

25

ବଲିଉଡ ମହାନାୟକ ଅମିତାଭ ବଚ୍ଚନ ଏବଂ ଇମରାନ ହାଶମୀ ଷ୍ଟାରର ଫିଲ୍ମ ‘ଚେହେରେ’ରୁ କୃତି ଖରବନ୍ଦା ବାହାରିଯିବା ପରେ ନୂଆ ହିରୋଇନଙ୍କ ସନ୍ଧାନ ଜାରି ହୋଇଛି । କିଛି ଦିନ ପୂର୍ବେ ଖବର ଆସିଥିଲା ଯେ ଅଭିନେତ୍ରୀ ମୌନୀ ରୟ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ମଧ୍ୟରୁ କାହାକୁ ଫିଲ୍ମ ପାଇଁ ଚୟନ କରାଯିବ । ତାଜା ରିପୋର୍ଟ ମୁତାବକ ମେକର୍ସ ଅଭିନେତ୍ରୀ କ୍ରିଷ୍ଟଲ ଡିସୁଜାଙ୍କୁ ଫାଇନାଲ କରିଛନ୍ତି । ମୌନୀଙ୍କ ପାଖରେ ସମୟର ଅଭାବ ହେତୁ ସେ ଏହି ଫିଲ୍ମ ପାଇଁ ମନା କରିଦେଇଛନ୍ତି ଏବଂ ଫିଲ୍ମ ପାଇଁ ଶୁଭକାମନା ଜଣାଇଛନ୍ତି ।

ଏହାପୂର୍ବରୁ ନିର୍ଦ୍ଦେଶକ ରୁମୀ ଜାଫରୀ ଏବଂ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ କୃତିଙ୍କୁ ତାଙ୍କ ବ୍ୟବହାର ଯୋଗୁଁ ବାହାର କରିଦେଇଥିଲେ । ଶୁଣିବାକୁ ମିଳିଛି ଯେ ସେ ଫିଲ୍ମ ତାରିଖକୁ ନେଇ ରାଜି ନଥିଲେ ଏବଂ ଆହୁରୀ ଅନେକ ବିଷୟ ପାଇଁ ତାଙ୍କୁ ଅସୁବିଧା ହେଉଥିଲା । ଫିଲ୍ମର ଦ୍ୱିତୀୟ ସିଡ୍ୟୁଲ ଖୁବ ଶୀଘ୍ର ପୋଲାଣ୍ଡରେ -୧୦ଡିଗ୍ରୀ ତାପମାତ୍ରାରେ ସୁଟ କରାଯିବ । ଏହି ମିଷ୍ଟ୍ରି ଥ୍ରିଲର ଫିଲ୍ମ ୨୪ଅପ୍ରେଲ, ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More