Only for Entertainment

ହାଇ ହିଲ୍‍ ବିରୋଧରେ ଜାପାନରେ ଚାଲିଛି ‘କୁ ଠୁ’ ଅଭିଯାନ !

The Jakarta Post
30

କର୍ମକ୍ଷେତ୍ରରେ ମହିଳାଙ୍କୁ ହାଇ ହିଲ୍‍ ଚପଲ ପିନ୍ଧିବା ବାଧ୍ୟତାମୂଳକ କରାଯିବା ପରେ ଏବେ ଏହା ବିରୋଧରେ ଆରମ୍ଭ ହୋଇଛି ଅନଲାଇନ୍‍ ଅଭିଯାନ । ଏହି ଅଭିଯାନର ପ୍ରଭାବ ଏତେ ଜୋର ପଡିଲାଣି ଯେ, ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ନିୟମକୁ ସଂଶୋଧନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଅଭିଯାନକୁ ଆରମ୍ଭ କରିଥିଲେ ଜାପାନର ଅଭିନେତ୍ରୀ ତଥା ବରିଷ୍ଠ ଲେଖିକା ୟୁମି ଇସିକାଭା । ବର୍ତ୍ତମାନ ସୁଦ୍ଧା ଏହି ଅଭିଯାନରେ ୨୦ ହଜାର ମହିଳା ସାମିଲ ହେଲେଣି ।

ଏହି ଅଭିଯାନର ନାମ ଦିଆଯାଇଛି ‘କୁ ଠୁ’ । ଯାହାର ଜାପାନୀ ଭାଷାରେ ଅର୍ଥ ହେଉଛି ଜୋତା ଏବଂ ଯନ୍ତ୍ରଣା । ହାଇ ହିଲ୍‍ ଯୋଗୁ ମହିଳା ମାନଙ୍କୁ ଅଯଥାରେ ଯନ୍ତ୍ରଣା ଭୋଗିବାକୁ ବାଧ୍ୟ କରାଯାଉଛି ବୋଲି ଅଭିଯାନରେ ସାମିଲ ଥିବା ମହିଳାମାନେ ଅଭିଯୋଗ ଉଠାଇଛନ୍ତି । ସେମାନେ କହିଛନ୍ତି ଯେ, ଜାପାନରେ ହୋଟେଲ ଠାରୁ ଆରମ୍ଭ କରି ଘରୋଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ମହିଳାମାନଙ୍କୁ ଅଘୋଷିତ ଭାବେ ହାଇ ହିଲ୍‍ ପିନ୍ଧିବାକୁ ବାଧ୍ୟ କରାଯାଉଛି । ୮ ରୁ ୧୦ ଘଣ୍ଟା ହାଇ ହିଲ୍‍ ପିନ୍ଧିବା ଦ୍ୱାରା ମହିଳାଙ୍କୁ ପାଦରେ ଯନ୍ତ୍ରଣା ଭୋଗିବାକୁ ପଡୁଛି । ବର୍ତ୍ତମାନ ଏହି ଅଭିଯାନକୁ ନେଇ ମହିଳାମାନେ ଆଇନଗତ ଲଢେଇ ଲଢିବାର ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟକୁ ମଧ୍ୟ ଏନେଇ ଅଭିଯୋଗ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More