Only for Entertainment

ଇଂଟରନେଟରେ ଧୁମ ମଚାଇଲା ‘କୁଛ କୁଛ ହୋତା ହୈର ଧୁନ,ଭିଡିଓ ହେଲା ଭାଇରାଲ ।

hit movie dialogues
0 51

ବଲିଉଡର ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହର ୧୯୯୮ରେ ଫିଲ୍ମ ‘କୁଛ କୁଛ ହୋତା ହୈ’ ନିର୍ମାଣ କରିଥିଲେ । ଏହି ସିନେମାର ସଙ୍ଗୀତର ଧୁନ ଖୁବ ସୁପରହିଟ ହୋଇଥିଲା । ପ୍ରଶଂସକମାନେ ଆଜି ମଧ୍ୟ ଏହି ସିନେମାର ଗୀତକୁ ଭୁଲି ପାରି ନାହାନ୍ତି । ତେବେ କିଛି ଦିନ ପୂର୍ବରୁ କରଣ ଜୋହର ବର୍ଲିନର ଇଂଟରନେସନାଲ ଫିଲ୍ମ ଫେଷ୍ଟିଭାଲରେ ଭାରତର ପ୍ରତିନିଧିତ୍ୱ କରୁଥିଲେ । ଫିଲ୍ମ ‘କୁଛ କୁଛ ହୋତା ହୈ’ର ସଙ୍ଗୀତ ଅର୍କେଷ୍ଟ୍ରାରେ ବାଜିବା ମାତ୍ରେ ଉପସ୍ଥିତ ଜନତା ମନ୍ତ୍ରମୁଗ୍ଧ ହୋଇଯାଇଥିଲେ । ଷ୍ଟଟଗାର୍ଟ ଚ୍ୟାମ୍ବର ଅର୍କେଷ୍ଟ୍ରାରେ ଏହି ଗୀତର ଧୁନ ଖୁବ ସୁନ୍ଦର ଭାବେ ଶୁଣିବାକୁ ମିଳିଥିଲା ।

ଗୀତର ଧୁନ ଏତେ ମନଛୁଆଁ ଥିଲା ଯେ ଏହାକୁ ଶୁଣିବା ପରେ ସମସ୍ତେ ଭାବୁକ ହୋଇଯାଇଥିଲେ । ଏହାପରେ କରଣ ଏକ ଟ୍ୱିଟ କରି ଲେଖିଥିଲେ ଯେ ‘ ଏହାକୁ ଦେଖିବା ପରେ ଅଧିକ ଉତ୍ସାହିତ ଓ ସମ୍ମାନିତ ମନେ ହେଉଛି’ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଇଣ୍ଡଷ୍ଟ୍ରୀ ଯାଏ ସମସ୍ତେ ଗୁଣୁଗୁଣୁ ହେଉଛନ୍ତି ।

ଖବର ମୁତାବକ ଫିଲ୍ମ ‘କୁଛ କୁଛ ହୋତା ହୈ’ କେବଳ ରୋଜଗାରରେ ରେକର୍ଡ କାଟିନଥିଲା ବରଂ ସଫଳାତର ଶୀଖରରେ ମଧ୍ୟ ପହଂଚିଥିଲା । ଫିଲ୍ମକୁ ନ୍ୟାସନାଲ ଆୱାର୍ଡ ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ଫିଲ୍ମରେ ଶାହରୁଖ, କାଜଲ, ଏବଂ ରାଣୀ ମୁଖାର୍ଜୀ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ଏବଂ କାଜଲଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଫିଲ୍ଟଟି ସମୁଦାୟ ୮ଟି ଫିଲ୍ମଫେୟାର ପୁରସ୍କାର ପାଇସାରିଛି । ତେବେ ଏହା ଇଂଟରନେଟରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More