Only for Entertainment

ଗୋବିନ୍ଦାଙ୍କ ଏହି ସୁପରହିଟ ଫିଲ୍ମର ରିମେକରେ ନଜର ଆସିବେ ବରୁଣ ଏବଂ ସାରା ।

bollywood tadka
22

ପୁଣିଥରେ ଚର୍ଚ୍ଚାରେ ବଲିଉଡ ଆକ୍ଟର ବରୁଣ ଧାୱନ ଏବଂ ସାରା ଅଲି ଖାନ । ଏହି ଥର ଚର୍ଚ୍ଚା କିନ୍ତୁ ନୂଆ ଫିଲ୍ମକୁ ନେଇ । ଖବର ମୁତାବକ ବରୁଣ ଏବଂ ସାରା ଫିଲ୍ମ କୁଲି ନମ୍ବର ୱାନର ରିମେକରେ ନଜର ଆସିପାରନ୍ତି । ନିକଟ ଅତୀତରେ ବରୁଣ ସଲମାନଙ୍କ ଅଭିନୀତ ଫିଲ୍ମ ଜୁଡ଼ୱାର ରିମେକ ଜୁଡ଼ୱା ଟୁ’ରେ ନଜର ଆସିଥିଲେ ଏବଂ ଏବେ ଗୋବିନ୍ଦାଙ୍କ ସୁପରହିଟ ଫିଲ୍ମ କୁଲି ନମ୍ବର ୱାନ’ର ରିମେକରେ କାମ କରିବେ । ବରୁଣଙ୍କୁ ଫିମେଲ ଲିଡ ରୋଲ ଚରିତ୍ର ବିଷୟରେ ପ୍ରଶ୍ନ କରାଯିବାରୁ ସେ କୌଣସି ଉତ୍ତର ଦେଲେ ନାହିଁ ।

ଆଲିୟା ଭଟ୍ଟ ଏବଂ ସାରା ଅଲି ଖାନଙ୍କ ଅପ୍ସନ ଦିଆଯିବାରୁ ବରୁଣ ଏକ ଭିନ୍ନ ଉତ୍ତର ଦେଇ କହିଲେଯେ ଏବେ ଆଲିୟାଙ୍କ ସହିତ କୌଣସି ଫିଲ୍ମ କରିବାର ନାହିଁ, କାରଣ ତାଙ୍କ ସହିତ ନିକଟରେ ଏକ ଫିଲ୍ମର ସୁଟିଂ ଶେଷ ହୋଇଛି । ତେବେ କହିରଖୁଛୁଯେ ବରୁଣ ସାରାଙ୍କ ନାମକୁ ସଂପୂର୍ଣ୍ଣ ଗୁପ୍ତ ରଖିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More