Only for Entertainment

ହିମେଶ ରେଶମିୟାଁଙ୍କ ପରେ ଗାୟକ କୁମାର ସାନୁ ଦେଲେ ରାନୁ ମଣ୍ଡଲଙ୍କୁ ଅଫର

hindustan times
167

ଇଂଟରନେଟ ସେନସେସନ ରାନୁ ମଣ୍ଡଲ ରାତା ରାତି ଗୋଟିଏ ଭିଡ଼ିଓ କ୍ଲିପ ପାଇଁ ଷ୍ଟାର ହୋଇ ଯାଇଛନ୍ତି । ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ ରାନୁଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଗାୟକ ହିମେଶ ରେଶମିୟାଁଙ୍କ ପରେ ଏବେ ଜଣାଶୁଣା ପ୍ରସିଦ୍ଧ ଗାୟକ କୁମାର ସାନୁ ରାନୁ ମଣ୍ଡଲଙ୍କ ସହିତ ଗୀତ ଗାଇ ପାରନ୍ତି । ଏହି ବିଷୟରେ ସୂଚନା ନିଜେ ଗାୟକ କୁମାର ସାନୁ ଦେଇଛନ୍ତି । ସେ କହିଛନ୍ତିଯେ ଯଦି ମୋତେ ଅଫର ମିଳିବ ତେବେ ମୁଁ ରାନୁ ମଣ୍ଡଲଙ୍କ ସହିତ ଗୀତ ଗାଇବାକୁ ପସନ୍ଦ କରିବି ।

ବାସ୍ତବରେ ପିଟିଆଇ ସହିତ କଥା ହେଉଥିବା ସମୟରେ କୁମାର ସାନୁ ଏହି କଥା କହିଛନ୍ତି । ତେବେ ନୂଆ ଗାୟକଙ୍କ ଇଣ୍ଡଷ୍ଟ୍ରିକୁ ଆସିଲେ ଖୁସି ଲାଗିବ ବୋଲି କହିଛନ୍ତି ସାନୁ । ଯଦି ସେ ଭଲ କାମ କରୁଛନ୍ତି ତେବେ ତାଙ୍କୁ ପରିଚୟ ମିଳିବା ଉଚିତ । ତେବେ କୁମାର ସାନୁ କହିଛନ୍ତିଯେ ମୁଁ ଶୁଣିଛି ସେ ହିମେଶଙ୍କ ସହିତ ଗୀତ ଗାଇଛନ୍ତି କିନ୍ତୁ ଏପର୍ଯ୍ୟନ୍ତୁ ମୁଁ ଶୁଣି ନାହିଁ । ଏହା ସହିତ ଆଗାମୀ ଦିନର ସେ କିଭଳି ପର୍ଫମ କରୁଛନ୍ତି ଦେଖିବା ବାକି ରହିଲା କହିଛନ୍ତି ଗାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More