Only for Entertainment

ରାତି ୧୦ଟା ପରେ ଟକ ଶୋ କରୁଥିଲେ କୁମାର ସାନୁ,ବନ୍ଦ କଲା ପୋଲିସ ।

aajtak
0 75

ପ୍ରସିଦ୍ଧ ଗାୟକ କୁମାର ସାନୁ ବିହାରରେ ନିଜ ଶୋ ଚଲାଉଥିବା ସମୟରେ ଆଇନ କାନୁନ ମଧ୍ୟରେ ଫସି ଯାଇଛନ୍ତି । ନିକଟରେ କୁମାର ସାନୁ ବିହାରର ମୁଜାଫରପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଗାଇବା ପାଇଁ ପହଂଚିଥିଲେ । ରାତି ୧୦ ପରେ ଲାଉଡସ୍ପିକର ଏବଂ ଅଧିକ ଶବ୍ଦ ହେତୁ କୁମାର ସାନୁ ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି ।

ଖବର ଅନୁସାରେ ମୁଜାଫରପୁର ଜିଲ୍ଲା ସ୍କୁଲରେ ଏକ ସଂସ୍ଥା କାର୍ଯ୍ୟକ୍ରମ ଆୟୋଜନ କରିଥିଲା । କୁମାର ସାନୁ ଗୀତ ଗାଇବା ପାଇଁ ଯାଇଥିଲେ । ଏହି କାର୍ଯ୍ୟକ୍ରମ ରାତି ୧୦ଟା ପରେ ମଧ୍ୟ ଚାଲିଲା । ଯାହା ଦ୍ୱାରା ଲୋକମାନେ ଚିନ୍ତିତ ହୋଇଗଲେ । ତେବେ କୁମାର ସାନୁ ଏବଂ ଆୟୋଜକଙ୍କ ବ୍ୟତୀତ ଅନ୍ୟ କେତେକ ଜଣକ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ କୁମାର ସାନୁଙ୍କ ତରଫରୁ ଏହି ବାବଦରେ କୌଣସି ବୟାନ ଆସିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More