Only for Entertainment

ଏହି ଶିକ୍ଷକ ଜଣକ ପିଲାଙ୍କୁ ଶିଖାଇଲେ ଇଂରାଜୀ, ବିଗ ବି ମଧ୍ୟ ହେଲେ ଫ୍ୟାନ !

23

କେହି ଦିୱାନା କହୁଛନ୍ତି ତ କେହି ପାଗଳ’ । କବିତାର ଜନକ ବିଶ୍ୱାସ ଟ୍ୱିଟରରେ ଏକ ନିଆରା ଭିଡିଓ ଶେୟାର କରିଛନ୍ତି , ଯାହାକୁ ବଲିଉଡ ବିଗ ବିଙ୍କ ସମେତ ଆହୁରୀ ଅନେକ ଲୋକ ମଧ୍ୟ ପସନ୍ଦ କରିଛନ୍ତିି । ଭାଇରାଲ ହେଉଥିବା ଭିଡିଓରେ ଏକ ଭାରତୀୟ ଶିକ୍ଷକ ଛାତ୍ରମାନଙ୍କୁ ଭୋଜପୁରୀ ଅନ୍ଦାଜରେ ଗୀତ ଶୁଣାଇ ଇଂରାଜୀ ଶିଖାଉଛନ୍ତି । ଆଜ୍ଞା ହଁ , ସେ ପୁଣି ଭୋଜପୁରୀ ଗୀତ ସାହାଯ୍ୟରେ ।

ଏହି ଭିଡିଓକୁ ଶେୟାର କରି କୁମାର ବିଶ୍ୱାସ ଲେଖିଛନ୍ତି ଯେ, ଯଦି ଆମକୁ ଏମିତି କେହି ପଢାଇ ଥାଆନ୍ତେ ଆମେ ମଧ୍ୟ ଶଶି ଥରୁରଙ୍କ ଭଳି ଇଂରାଜୀ କହିଥାଆନ୍ତୁ ।

ସେହିଭଳି ବଲିଉଡର ବିଗ ବି ଅମିତାଭ ବଚ୍ଚନ କୁମାର ବିଶ୍ୱାସଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓକୁ ରିଟ୍ୱିଟ କରି ଶିକ୍ଷକଙ୍କୁ ପ୍ରଶଂସା କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More