Only for Entertainment

କୁମ୍ଭମେଳାରେ ଗିନିଜ ୱାର୍ଲ୍ଡ ରେକର୍ଡ, ଏକା ସହିତ ଚାଲିଲା ୫୦୦ ବସର ପ୍ୟାରେଡ

NDTV Khabar
47

ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ କୁମ୍ଭମେଳାରେ ୫୦୦ବସ୍‍ର ପ୍ୟାରେଡ୍‍ କରାଯିବା ଏବଂ ଏହି ସ୍ୱତନ୍ତ୍ର ବସ୍‍ ପ୍ରୟାଗରାଜ ଅଭିମୁଖେ ଏକାଠି ଯାତ୍ରା କରିବା ଏକ ବିଶ୍ୱରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ୟୁଏଇ ଏହି ବସ୍‍ ପ୍ୟାରେଡ୍‍ ରେକର୍ଡର ଅଧିକାରୀ ଥିଲା । ଆବୁଧାବିରେ ଏକାଥରକେ ୩୯୦ ବସ୍‍ ପ୍ୟାରେଡ୍‍ କରି ଗିନିଜ୍‍ ବୁକରେ ସ୍ଥାନ ପାଇଥିଲେ । ହେଲେ ବର୍ତ୍ତମାନ ଏହି ରେକର୍ଡକୁ ଉତ୍ତରପ୍ରଦେଶ କାଟିଛି ।

ଏହି ୫୦୩ ଟି ବସ୍‍ ୩.୨ କିଲୋମିଟର ଲମ୍ବା ଧାଡିରେ ଗୁରୁବାର ଚାଲୁଥିବାର ଦେଖିବାକୁ ମିଳିଥିଲା । ପ୍ରତି ବସରେ କୁମ୍ଭମେଳାର ଲୋଗ ଲାଗିଥିଲା । ଏହି ଅଦଭୁତ ଦୃଶ୍ୟ ବିଶ୍ୱବ୍ୟାପୀ ସମସ୍ତେ ଦେଖିଥିଲା ବେଳେ ଗିନିଜ ବୁକ୍‍ ନିଜ ରେକର୍ଡରେ ଏହାକୁ ସାମିଲ କରିଛି । ଉତ୍ତରପ୍ରଦେଶ ରାଜ୍ୟ ପରିବହନ ନିଗମର ଏହି ବସ୍‍ ସବୁ ସାହାଶନ ଟୋଲରୁ ନୱାବଗଞ୍ଜ ଟୋଲ ପ୍ଳାଜା ପର୍ଯ୍ୟନ୍ତ ଯାତ୍ରା କରିଥିଲା । ପ୍ରୟାଗରାଜରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବେଳେ ଏହି ଅଭିଯାନକୁ ପତାକା ଦେଖାଇ ଉଦଘାଟନ କରିଥିଲେ ରାଜ୍ୟ ପରିବହନ ବିଭାଗର ପ୍ରମୁଖ ସଚିବ ଆରାଧନା ଶୁକ୍ଳା ।
ଏହି ଅବସରରେ ଗିନିଜ୍‍ ବୁକ୍‍ର ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More