Only for Entertainment

ଇଭେଣ୍ଟ ମ୍ୟାନେଜର ବରୋଧରେ ମାମଲା ରୁଜୁ କଲେ ଏହି ଟିଭି ଅଭିନେତ୍ରୀ, କହିଲେ ୧୧.୩୦ ଲକ୍ଷର ପେମେଣ୍ଟ ରହିଛି ବାକି

Firstpost Hindi
0 55

ଜୀଟିଭିରେ ପ୍ରସାରିତ ହୋଉଥିବା ଧାରାବାହିକ ‘କୁମକୁମ ଭାଗ୍ୟ’ରେ ନିଜ ଅଭିନୟ ଜରୀଆରେ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ଶିଖା ସିଂ ଏବେ ଚର୍ଚ୍ଚାରେ । ସେ ନିକଟରେ ଜଣେ ଇଭେଣ୍ଟ ମ୍ୟାନେଜରଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ସୂଚନା ଅନୁସାରେ ଇଭେଣ୍ଟ ମ୍ୟାନେଜର ଜଣକ ଶିଖାଙ୍କର ୧୧.୩୦ ଲକ୍ଷ ଟଙ୍କାର ପେମେଣ୍ଟ ବାକି ରଖିଛନ୍ତି ।

ରିପୋର୍ଟ ଅନୁସାରେ ଗତବର୍ଷ ନଭେମ୍ବରରେ ଦୀପକ ଚତୁର୍ବେଦୀ ନାମକ ଇଭେଣ୍ଟ ମ୍ୟାନେଜର ଆଫ୍ରିକାର ଘାନାରେ ଏକ ଇଭେଣ୍ଟର ଆୟୋଜନ କରିଥିଲେ ଯେଉଁଥିରେ ସେ ଶିଖାଙ୍କୁ ଡକାଇଥଲେ । କୁହାଯାଉଛି ଯେ ଶିଖା ଏବଂ ଇଭେଣ୍ଟ ମ୍ୟାନେଜରଙ୍କ ମଧ୍ୟରେ ୧୨ ଲକ୍ଷର ଚୁକ୍ତି ହୋଇଥିଲା । ଇଭେଣ୍ଟ ପୂର୍ବରୁ ଦୀପକ ଶିଖାଙ୍କୁ ୭୦ ହଜାର ଟଙ୍କାର ଆଡଭାନ୍ସ ପେମେଣ୍ଟ କରିଥିଲେ । ଏବଂ ୧୧.୩୦ ଲକ୍ଷ ଟଙ୍କା ଇଭେଣ୍ଟ ପରେ ଦେବାକୁ କହିଥିଲେ । କିନ୍ତୁ ଇଭେଣ୍ଟ ହେବାର ଚାରି ମାସ ବିତିଯିବା ପରେ ମଧ୍ୟ ଶିଖାଙ୍କୁ ନିଜର ବଳକା ଟଙ୍କା ମିଳି ନାହିଁ । ଏହାପରେ ଶିଖା ଦୀପକଙ୍କ ବିରୋଧରେ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଛନ୍ତି ।

ଅନ୍ୟପକ୍ଷପରେ ଶିଖା କହିଛନ୍ତି ଯେ, ‘ଦୀପକଙ୍କୁ ମୁଁ ଡରୁ ନାହିଁ । ତାଙ୍କ ବରୋଧରେ ମାମଲା ରୁଜୁ କରିଛି ।’ ପୋଲିସ ଦୀପକଙ୍କ ବିରୋଧରେ ଆପିସିର ସେକ୍ସନ ୪୨୦ ଅନୁସାରେ ମାମଲା ରୁଜୁ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More