Only for Entertainment

ଲୁଟକେସର ଟ୍ରେଲର ସେୟାର କରି ଫିଲ୍ମ ଅନ୍ଦାଜରେ ଲୋକଙ୍କୁ ସତର୍କ କରାଇଲେ ୟୁପି ପୋଲିସ, କୁନାଲ ଖେମୁ ଦେଲେ ଏହି ଜବାବ

latestly
32

ନିକଟରେ କୁନାଲ ଖେମୁଙ୍କ ଆଗାମୀ ଫିଲ୍ମ ‘ଲୁଟକେସ’ର ଟ୍ରେଲର ରିଲିଜ ହୋଇଛି । ଏହାର ମଜାଦାର କଣ୍ଟେଣ୍ଟ ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମର ଟ୍ରେଲରକୁ ଲୋକେ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି । ଦର୍ଶକ ମଧ୍ୟ ଫିଲ୍ମ ପ୍ରତି ନିଜର ଉତ୍ସାହକୁ ବ୍ୟକିତ କରୁଛନ୍ତି ।

ଫିଲ୍ମର ଟ୍ରେଲର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ବେଳେ ୟୁପି ପୋଲିସ ମଧ୍ୟ ଟ୍ୱିଟ କରି ଲୋକଙ୍କୁ ଅଜ୍ଞାତ ସୁଟକେସ ଠାରୁ ସାବଧାନ ରହିବା ପାଇଁ ସାବଧାନ କରିଛନ୍ତି । ସେ ଲେଖିଛନ୍ତି, ‘ଅଜ୍ଞାତ ବସ୍ତୁ ଯେପରି ବ୍ୟାଗ କିମ୍ବା ସୁଟକେସକୁ ଛୁଅନ୍ତୁ ନାହିଁ ! ଏହାର ସୂଚନା ତୁରନ୍ତ ୧୦୦ ନମ୍ବରକୁ ଦିଅନ୍ତୁ ।’

ଏହି ଟ୍ୱିଟକୁ ରିଟ୍ୱିଟ କରି କୁନାଲ ଖେମୁ ଏହାର ଜବାବ ଦେଇଛନ୍ତି । ଲୁଟକେସରେ ମୁଖ୍ୟ ଅଭିନେତା କୁନାଲ ଖେମୁଙ୍କ ସମେତ ଗଜରାଜ ରାଓ, ରସିକା ଦୁଗଲ, ରଣବୀର ଶୌରୀ ଏବଂ ବିଜୟ ରାଓ ଆଦି କଳାକାର ନଜର ଆସିବେ ।

ଫିଲ୍ମ ରାଜେଶ କୃଷ୍ଣନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଫକ୍ସ ଷ୍ଟାର ଷ୍ଟୁଡିଓଜ ଏବଂ ସୋଡା ଫିଲ୍ମସ ପ୍ରଡକ୍ସନରେ ନିର୍ମିତ ଅହି ଫିଲ୍ମ ୧୧ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More