Only for Entertainment

ସଲମାନଙ୍କ ସପୋର୍ଟରେ କ’ଣ କହିଲେ ଏହି ଅଭିନେତ୍ରୀ?ଫୋନ କଲ୍ସ ଏବଂ ମେସେଜରେ ମିଳୁଛି ଧମକ!

news18
0 54

ଫିଲ୍ମ ହମ ସାଥ ସାଥ ହୈରେ ସଲମାନଙ୍କ କୋ ଆକ୍ଟ୍ରେସ କୁନିକା ସଦାନନ୍ଦଲାଲଙ୍କୁ କିଛି ଦିନ ହେବ ଅଶ୍ଲୀଳ ଭାଷା ସହିତ ମାରିବାର ଧମକ ଆସୁଛି । ଅଭିନେତ୍ରୀ ଏହି ସମସ୍ତ କାରଣ ପଛରେ ବିଷ୍ଣୋଇ ସମାଜକୁ ଦାୟୀ କରିଛନ୍ତି । ତେଣୁ ସେ ଏହି ମସାଜ ବିରୋଧରେ ଏଫଆଇଆର ଦେଇଛନ୍ତି ।

ସେ କଳା ମୃଗକୁ ନେଇ ଏକ ବୟାନ ଦେଇଥିଲେ । ସେ କହିଥିଲେଯେ ବିଷ୍ଣୋଇ ସମାଜ ନିଜେ ଶୀକାର କରନ୍ତି । ସେ ଏହା ମଧ୍ୟ କହିଛନ୍ତିଯେ ଏକ ଟିଭି ଶୋ’ରେ ଡିବେଟ ହେଉଥିଲା । ଯେଉଁଥିରେ ସେ କହିଥିଲେ ସଳମାନଙ୍କ ବେଲ କରାଇ ନଦେବା ପାଇଁ ଚେଷ୍ଟାକରିବା ପରିବର୍ତ୍ତେ  ତାଙ୍କୁ ଏକ ଉଦାହରଣ ଭଳି ନେବା ଉଚିତ । କମ୍ୟୁନିଟି ସଲମାନଙ୍କ ଠାରୁ କାମ ହାସଲ କରିବା ଉଚିତ । ଯାହାଦ୍ୱାରା କମ୍ୟୁନିଟିର କିଛି ଉନ୍ନତି ହୋଇପାରିବ । ସେପରିକି ମୃଗଙ୍କର ଲାଳନ ପାଳନ । ସେ କହିଥିଲେଯେ ଏହି ସମାଜ ନିଜେ ଶୀକାର କରୁଛନ୍ତି । ଯେମିତିକ ମାଂସାହାରୀଙ୍କ ମଧ୍ୟରେ ଶାକାହାରୀ ରହିବା । ସେହି ଦିନଠାରୁ ତାଙ୍କୁ ଏଭଳି ମେସେଜ ଏବଂ କଳ ଆସୁଛି । ଏହାପରେ ତାଙ୍କୁ ଏକ କଲ ଆସିଥିଲା ଯେଉଁଥିରେ କ୍ଷମା ମାଗିବା ପାଇଁ କୁହାଯାଇଥିଲା । କୌଣସି ପ୍ରମାଣ ନଥିବାରୁ ସେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ କ୍ଷମା ମଧ୍ୟ ମାଗିଥିଲେ । କିନ୍ତୁ ଧମକ ବନ୍ଦ ହୋଇନଥିଲା । ଶେଷରେ ନିରାଶ ହୋଇ ସେ ଏଫଆଇଆର ଦେଇଛନ୍ତି ।

ବିଷ୍ଣୋଇ ସମାଜ ମଧ୍ୟ କୁନିକାଙ୍କ ବିରୋଧରେ ଏଫଆଇଆର ଦେବା କଥା ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More