Only for Entertainment

ଅଭିନେତା କୁଶଲ ପଂଜାବୀଙ୍କ ଆତ୍ମହତ୍ୟାକୁ ନେଇ କୁଶଲଙ୍କ ବାପାଙ୍କ ଖୁଲାସା, କହିଲେ ସେଦିନ ରାତିର ଘଟଣା !

47

ଟିଭି ଇଣ୍ଡଷ୍ଟ୍ରିର ପରିଚିତ ଚେହେରା କୁଶଲ ପଂଜାବୀ ୨୭ଡିସେମ୍ବରରେ ଅଚାନକ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାପକାଇ ଥିଲା । ତାଙ୍କର ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଚକିତ ହୋଇପଡିଥିଲେ । ଶେଷରେ ଏତେ ଖୁସିରେ ରହୁଥିବା ମଣିଷ ଏପରି କିପରି କରି ପାରେ ବୋଲି ପ୍ରଶ୍ନବାଚୀ ହୋଇପଡିଥିଲା । କୁଶଲଙ୍କ ନିଧନ ପରେ ଲଗାତାର ଅନ୍ୟ କଳାକାର ନିଜ ନିଜ ପ୍ରତିକ୍ରିୟା ରଖିଥିଲେ । ଏହାମଧ୍ୟରେ କୁଶଲଙ୍କ ବାପା ଖୁଲାସା କରିଛନ୍ତି ।

ଏଠାରେ ଆମେ ଜଣାଇ ରଖୁଛୁ ଯେ ଆତ୍ମହତ୍ୟା କରିବା ପୂର୍ବ ଦିନ ରାତିରେ କୁଶଲ ଠିକଠାକ କରିଥିଲେ । ସେ ନିଜ ବାପା ସହ ରାତ୍ରି ଭୋଜନ କରିଥିଲେ ଏବଂ ମଦ୍ୟପାନ କରିଥିଲେ । ଏହା ସହ ସେ ମଧ୍ୟ କହିଛନ୍ତି ଯେ ତାଙ୍କ ଭିତରେ କିଛି ଖାସ କଥାବାର୍ତ୍ତା ହୋଇନଥିଲା ।

କୁଶଲଙ୍କ ବାପା କହିଛନ୍ତି ଯେ କୁଶଲ ସର୍କିଟ ରେସରେ ଆହତ ହୋଇଥିଲେ ଏବଂ କିଛି ସମୟ ପୂର୍ବେ ତାଙ୍କର କାନ୍ଧର ସର୍ଜରୀ ହୋଇଥାଆନ୍ତି ଏହି କାରଣରୁ ତାଙ୍କୁ କିଛି ସମୟ ପର୍ଯ୍ୟନ୍ତ କାନ୍ଧ ହଲାଇବାକୁ ମନା କରିଥିଲେ ।

ଏଠାରେ ଆମେ କହି ରଖୁଛୁ ଯେ ୨୭ଡିସେମ୍ବରରେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ପରେ କୁଶାଲଙ୍କ ପାଖରୁ ଏକ ସୁସାଇଡ ନୋଟ ମିଳିଥିଲା । ଏହି ନୋଟରେ ସେ ନିଜ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଦର୍ଶାଇଛନ୍ତି । କୁଶଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନଥିଲା , ଏହାକୁ ଠିକ କରିବା ପାଇଁ କୁଶଲ ତାଙ୍କ ପତ୍ନୀଙ୍କ ପାଖକୁ ମଧ୍ୟ ଯାଇଥିଲେ କିନ୍ତୁ ତାଙ୍କ ପତ୍ନୀ ମନା କରିଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More