Only for Entertainment

ରଣବୀର ସିଂଙ୍କ ସହିତ କାମ କରିବାକୁ ମନା କଲେ ଏହି ଟିଭି ଅଭିନେତ୍ରୀ ।

you tube
0 57

କିଛି ଦିନ ହେବ ଜୋୟା ଅଖତରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଥିବା ଫିଲ୍ମ ‘ଗଲି ବୟ’ର ଚର୍ଚ୍ଚା ଚାଲିଛି । ଫିଲ୍ମରେ ଅଭିନେତା ରଣବୀର ସିଂ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଲିଡ ରୋଲରେ ନଜର ଆସିବେ । ଫିଲ୍ମଟି ଆଗମୀ ବର୍ଷ ରିଲିଜ ହେବ । ତେବେ ଇତି ମଧ୍ୟରେ ଫିଲ୍ମର କାଷ୍ଟିଂକୁ ନେଇ ଏକ ଖବର ସାମ୍ନାକୁ ଆସିଛି ।

gully-boy-2

ଖବର ଅନୁସାରେ ଟିଭି ଅଭିନେତ୍ରୀ ଓଜଶ୍ୱୀ ଅରୋଡା ଫିଲ୍ମର ଅଫରକୁ ମନା କରିଦେଇଛନ୍ତି । ଓଜଶ୍ୱୀ ଏବେ ‘କ୍ୟା ହାଲ ମିଷ୍ଟର ପଂଚାଲ’ରେ ନଜର ଆସୁଛନ୍ତି । ଏବଂ ସେ ତାଙ୍କର ପୁରା ଧ୍ୟାନ ଏହି ଶୋ’ ଉପରେ ଦେବାପାଇଁ ଚାହୁଁଛନ୍ତି । ସେଥିପାଇଁ ସେ ଫିଲ୍ମର ଅଫରକୁ ମନା କରିଦେଇଛନ୍ତି । ‘କ୍ୟା ହାଲ ମିଷ୍ଟର ପଂଚାଲ’ରେ ଓଜଶ୍ୱୀ ପରୀ ଭୂମିକାରେ ନଜର ଆସୁଛନ୍ତି । ଦର୍ଶକ ମଧ୍ୟ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଛନ୍ତି । ଏହା ବ୍ୟତିତ ସେ ସୋନୀ ଟିଭିର ଶୋ’ ‘କମେଡି ସର୍କସ’ରେ ମଧ୍ୟ ନଜର ଆସିବେ ।

‘ଗଲି ବୟ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ବ୍ୟତିତ ସିଦ୍ଧାର୍ଥ ଚତୁର୍ବେଦୀ ଏବଂ କଲ୍କି କୋଚଲିନ ମଧ୍ୟ ନଜର ଆସିବେ । ଫିଲ୍ମର କାହଣୀ ର୍ୟାପର ଡିୱାଇନ ଏବଂ ନୈଜୀଙ୍କ ଜୀବନର ପ୍ରେରିତ । ବସ୍ତିରେ ବଡ ହୋଇ ଜଣେ କିପରି ବଡ ର୍ୟାପର ହୁଏ ତାହା ଫିଲ୍ମରେ ଦେଖିବାକୁ ମିଳିବ । ଫିଲ୍ମର ରିଲିଜ ତାରିଖ ୧୪ ଫେବୃୟାରୀ ୨୦୧୯ ରଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More