Only for Entertainment

ଭାଲେଂଟାଇନ ଡେ’ରେ ଏହି ଖାସ ଉପହାର ଚାହାନ୍ତି ହଲିଉଡ ଷ୍ଟାର କାଇଲି ଜେନର !

31

ହଲିଉଡ ଷ୍ଟାର କାଇଲି ଜେନର ଅନେକ ସମୟରେ ନିଜ ଫଟୋ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଥାଆନ୍ତି । କିନ୍ତୁ ଏଥର ସେ ନିଜ ଫଟୋ ପାଇଁ ନୁହଁନ୍ତି ବରଂ ଏକ ଇଂଟର ଭ୍ୟୁ ପାଇଁ ଚର୍ଚ୍ଚାରେ ରହିଛନ୍ତି ।

ନିକଟରେ ଏକ ସାକ୍ଷାତକାରରେ କାଇଲିଙ୍କୁ ଭାଲେଂଟାଇନ ଡେକୁ ନେଇ ପ୍ରଶ୍ନ ପଚରାଯାଇଥିଲା । କାଇଲି ଙ୍କୁ ପଚରାଯାଇଥିଲା ଯେ ସେ ଉପହାର ସ୍ୱରୁପ ଟେଡି ବିୟର ନେବାକୁ ଚାହୁଛନ୍ତି କି ଗହଣା ? ଏଥିରେ ସେ ଉତ୍ତର ଦେଇଥିଲେ ଗହଣା ।


ଏକ ଖବର ମୁତାବକ ଏହା ପଚରାଯିବାରୁ ସେ ଡାଇମଣ୍ଡ ଗହଣା ପସନ୍ଦ କରିବେ କି ମୋତି । ସେ କହିଥିଲେ ଡାଏମଣ୍ଡ ତାଙ୍କର ପ୍ରଥମ ପସନ୍ଦ ରହିବ । ଏହାପରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଭାଲେଂଟାଇନ ଡେ’ରେ ସେ ଫିଲ୍ମ ଦେଖିବାକୁ ପସନ୍ଦ କରିବେ କି ଡିନର ? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଦୁଇଟି ଯାକ ପସନ୍ଦ କରିବେ । ଏହାସହ ସେ ଧଳା ଗୋଲାପ ପରିବର୍ତ୍ତେ ନାଲି ଗୋଲାପ, ଡାର୍କ ଚକଲେଟ ତୁଳନାରେ ମିଲ୍କ ଚକଲେଟ, ଗୋଲାପ ତୁଳନାରେ ରେଡ ୱାଇନ ଏବଂ ନାଲି ତୁଳନାରେ ଗୋଲାପୀ ରଂଗ ପସନ୍ଦ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More