Only for Entertainment

କ୍ୟୋଁ କି ଶାଶ ଭି କଭି ବହୁ ଥି ସିରିଅଲକୁ ପୂରିଲା ୧୮ ବର୍ଷ, ପ୍ରତି ସପ୍ତାହରେ ବଦଳୁଥିଲେ ମିହିର । ସ୍ମୃତି ଇରାନୀ ଏବଂ ଏକତାଙ୍କ ଟ୍ୱିଟ ।

bollywoodlife
0 45

ଟିଭି ମେଗା ଧାରାବାହିକ କ୍ୟୋଁ କି ଶାଶ ଭି କଭି ବହୁ ଥିକୁ ୧୮ ବର୍ଷ ପୂରିଛି । ଏହା ଏଭଳି ଏକ ଶୋ ଯାହା ଏକତା କପୁର ଏବଂ ସ୍ମୃତି ଈରାନୀଙ୍କ କ୍ୟାରିଅରକୁ ବଦଳାଇନାହିଁ ବରଂ ଏହା ସହିତ ଜଡ଼ିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ କ୍ୟାରିଅରକୁ ବଦଳାଇଛି । ଆଜି ମଧ୍ୟ ଲୋକ ଏହି ଶୋ’କୁ ମନେ ପକାନ୍ତି । ଏହା ଲୋକଙ୍କ ଚିନ୍ତାଧାରା ଉପରେ କେତେକ ପ୍ରଭାବ ପକାଇଥିଲା । ତେଣୁ ଆଜି ସ୍ମୃତି ଈରାନୀ ଏକ ଫଟୋ ସେୟାର କରିଛନ୍ତି ଏବଂ ପୁରୁଣା ଦିନକୁ ମନେ ପକାଇ ଦେଇଛନ୍ତି ।

 


ସ୍ମୃତି ଏକ କ୍ୟାପ୍ସନ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତିଯେ ଏକତା ଏବଂ ଶୋଭା ଯେତେବେଳେ ମୋତେ କେହି ମଧ୍ୟ ନେବାକୁ ରାଜି ନଥିଲେ ତୁମେ ମୋତେ ସୁଯୋଗ ଦେଇ କୋ ଜୀବନକୁ ସଂପୂର୍ଣ୍ଣ ଭାବରେ ବଦଳାଇଦେଲ । ଏହା ସହିତ ସମସ୍ତ ଦର୍ଶକ ଏବଂ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି କ୍ୟାପ୍ସନରେ ଏକତା ହସି ହସି ଲେଖିଛନ୍ତିଯେ ଯେତେବେଳେ ସବୁ ସପ୍ତାହରେ ମିହିର ବଦଳୁଥିଲେ । ପୁଣିଥରେ ସ୍ମୃତି ଲେଖିଲେ ପ୍ରତିଦିନ ସେଟକୁ ଆସି ପଚାରିବାକୁ ପଡ଼ୁଥିଲା ଯେ କାଲିର ମିହିର ଅଛନ୍ତି ନା ଗଲେଣି । ଏହାପରେ ଏକତା ମଧ୍ୟ ଏକ ଫଟୋ ସେୟାର କରିଛନ୍ତି । ସେ ଲେଖିଛନ୍ତି ୧୮ ବର୍ଷ ପୁର୍ବେ ଠିକ ଏହି ଦିନ ଷ୍ଟାର ପ୍ଲସ ଏବଂ ସମୀର ମୋ ଜୀବନକୁ ବଦଳାଇ ଦେଇଥିଲେ ଏବଂ ଏକ ନୂଆ ଷ୍ଟାରଙ୍କୁ ଜନ୍ମ ଦେଇଥିଲେ ସେ ହେଉଛନ୍ତି ସ୍ମୃତି ଈରାନୀ । ଏହା ସହିତ ସେ ରୋନିତ ରୟ,ଶୋଭା ଏବଂ ଏହା ସହିତ ଜଡ଼ିତ ଅନ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

ବାସ୍ତବରେ ଏହି ଟିଭି ଶୋ ଏକତା କପୁର ଏବଂ ସ୍ମୃତି ଈରାନୀଙ୍କୁ ଏନ ନୂଆ ଦିଗନ୍ତ ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More