Only for Entertainment

ଶରୀରରେ କ୍ୟାଲସିୟମର ଅଭାବ ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ ।

health.clevelandclinic.org
28

ବିଭିନ୍ନ ସମୟରେ ଆପଣ କ୍ୟାଲସିୟମ ଅଭାବରୁ ରୋଗାଗ୍ରସ୍ତ ହୋଇଯାଆନ୍ତି । କିନ୍ତୁ ଆପଣ କେବେ ଜାଣିପାରନ୍ତି ନାହିଁଯେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ରହିଛି । ତେବେ ଏଭଳି କିଛି କାରଣ ରହିଛି ଯାହା ଦ୍ୱାରା ଆପଣ ଶରୀରରେ କ୍ୟାଲସିୟମର ଅଭାବକୁ ଜାଣିପାରିବେ ।

ଜଣେ ସୁସ୍ଥ ମଣିଷକୁ ଦିନଯାକରେ ୧୦୦୦ରୁ ୧୨୦୦ ମିଲି ଗ୍ରାମ୍ କ୍ୟାଲସିୟମ ଅବଶ୍ୟକ ହୋଇଥାଏ । ସେହିପରି ଗର୍ଭବତୀ ମହିଳାଙ୍କୁ ୧୨୦୦ ରୁ ୧୩୦୦ ମିଲିଗ୍ରାମ୍ କ୍ୟାଲସିୟମ୍ ଦରକାର । କିନ୍ତୁ ଆଜିକାଲି କେବଳ ବୃଦ୍ଧ ନୁହେଁ ଯୁବକ ଏବଂ ପିଲାମାନଙ୍କଠାରେ ମଧ୍ୟ କ୍ୟାଲସିୟମର ଅଭାବ ଦେଖାଯାଉଛି । ତେବେ କେମିତି ଜାଣିବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ରହିଛି । ଦେଖନ୍ତୁ କିଛି ଲକ୍ଷଣ ।

– ମସଲ୍ସ ନିର୍ମାଣ ପାଇଁ କ୍ୟାଲସିୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦି ଶରୀରରେ କ୍ୟାଲସିୟମ୍ ଅଭାବ ହେଉଛି ତେବେ ଏହାର ସିଧା ପ୍ରଭାବ ମାସପେଶୀ ଉପରେ ପଡିଥାଏ । ଯାହା ଫଳରେ ମାଂସପେଶୀ ଝୁଲିବା ପରି ହୋଇଯାଏ । ଏହା ସହ କ୍ୟାଲସିୟମର ଅଭାବରେ ଜଙ୍ଘରେ ଅସହନୀୟ ପୀଡା ହୋଇଥାଏ ।

– ନଖ ମଧ୍ୟ ଏକ ପ୍ରକାର ହାଡ ଯାହାକୁ ବଢିବା ପାଇଁ ଏବଂ ମଜଭୂତ ହେବା ପାଇଁ କ୍ୟାଲସିୟମର ଆବଶ୍ୟକତା ଥାଏ । ତେଣୁ କ୍ୟାଲସିୟମ୍ ଅଭାବ ହେଲେ ଏହା ସହଜରେ ଭାଙ୍ଗିଯାଏ । ଏହା ସହ କ୍ୟାଲସିୟମ ଅଭାବ ଯୋଗୁଁ ନଖରେ ଧଳା ଚିହ୍ନ ହୋଇଥାଏ ।

– ସେହିପରି କ୍ୟାଲସିୟମ ଅଭାବ ଯୋଗୁଁ ମହିଳାଙ୍କ ଋତୁସ୍ରାବରେ ଅନିୟମିତା ହୋଇଥାଏ । ଏହା ସହ ଋତୁସ୍ରାବ ପୂବରୁ ପେଟ ପୀଡା ଏବଂ ଅତ୍ୟଧିକ ଋତୁସ୍ରାବ ହୋଇଥାଏ । କ୍ୟାଲସିୟମ୍ ମହିଳାଙ୍କ ଗର୍ଭାଶୟ ଏବଂ ଓବୋରିୟନ୍ ହରମୋନକୁ ବିକାଶ କରିବାରେ ସାହାଯ୍ୟ କରିଥାଏ ।

– ସେହିପରି କ୍ୟାଲସିୟମ୍ ଅଭାବରୁ କେଶ ଝଡିଥାଏ । କ୍ୟାଲସିୟମ୍ ଅଭାବ ଯୋଗୁଁ କେଶ ଟାଣ ହୋଇ ସେଥରେ ଶୁଷ୍କତା ଆସିଯାଏ । ଯଦି ଏପରି ଆପଣଙ୍କ ସହ ହେଉଛି ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ କ୍ୟାଲସିୟମ୍ ଅଭାବ ହୋଇଛି ।

– ସେହିପରି ଯଦି କୌଣସି ବ୍ୟକ୍ତିଙ୍କୁ ସବୁବେଳେ ଥକା ଲାଗୁଛି ତେବେ ତା ଶରୀରରେ କ୍ୟାଲସିୟମ୍ ଅଭାବ ଥାଇପାରେ । ଏହା ଏଥିପାଇଁ ଶରୀରର ହାଡ ଏବଂ ମାଂସପେଶୀରେ ଦରଜ ରହିଥାଏ । କମ୍ କ୍ୟାଲସିୟମ୍ ଯୋଗୁଁ ଠିକ୍ ଭାବରେ ନିଦ ହୋଇନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More