Only for Entertainment

ଇମିତିଆଜ ଅଲ୍ଲୀଙ୍କ ଲୈଲା ମଜନୁ ଏକ ମର୍ଡନ ଲଭଷ୍ଟୋରୀ ଅଟେ, ଦେଖନ୍ତୁ ଟ୍ରେଲର ।

ndtv
0 42

୧୦ବର୍ଷ ଧରି ଇମତିଆଜ ଅଲ୍ଲୀ ଲୈଲା ମଜନୁର କାହାଣୀ ଲେଖି ଆସୁଛନ୍ତି । ଏହି ଫିଲ୍ମ ପ୍ରେମରେ ପାଗଳ ଏଭଳି ମଜନୁର କାହାଣୀ ଅଟେ ଯାହାକୁ ଇମତିଆଜ ଅଲୀ ବଡ ପରଦାକୁ ଆଣିବାକୁ ଚାହୁଁଥିଲେ ଏବଂ ମଙ୍ଗଳବାର ଏହି ଫିଲ୍ମର ଟ୍ରେଲି ଲଂଚ ସମୟରେ ଖୁବ ଉତ୍ସାହିତ ନଜର ଆସିଥିଲେ । ଇମତିଆଜ କହିଥିଲେ ଅନେକ ଦିନରୁ ଏହି ଆଇଡିଆ ଆସିଥିଲା ଯେ ଏହି ଫିଲ୍ମ ହେବା ଉଚିତ କିନ୍ତୁ ସେ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଚାହୁଁ ନଥିଲେ । ସେ ଚାହୁଁଥିଲେ ଏହି ଫିଲ୍ମକୁ କେହି ନୂଆ ଡାଇରେକ୍ଟର ପ୍ରସ୍ତୁତ କରନ୍ତୁ । ଇମତିଆଜଙ୍କ ଏହି କାହାଣୀରେ ଖୁବ ପ୍ରେମଭରା ଦେଖିବାକୁ ମିଳିଛି ଏବଂ ଲୈଲା ମଜନୁ ଏକ ଆଇକୋନିକ ଲଭଷ୍ଟୋରୀ ଅଟେ ।

ଲୈଲାଙ୍କୁ ପ୍ରଥମେ ପ୍ରେମ ହୋଇଥିଲା ଏବଂ ଏହାପରେ ସେ ସନ୍ଧାନ କରିବାକୁ ଲାଗି ପଡିଥିଲେ କାହାକୁ ଭଲ ପାଇବେ । ଏହି କାରଣରୁ ଇମତିଆଜ ପ୍ରଭାବିତ ହୋଇ କାହାଣୀ ଲେଖିବାକୁ ଆଗକୁ ବଢିଥିବା କହିଛନ୍ତି ଇମତିଆଜ । ଯେତେବେଳେ ନୂଆ ଲଭଷ୍ଟୋରୀ ହୁଏ ଫିଲ୍ମରେ ସାଧାରଣ ଜିନିଷ ଦେଖିବାକୁ ମିଳିଥାଏ ମାତ୍ର ଏହି ଫିଲ୍ମରେ ସେଭଳି କିଛି ଜିନିଷ ନାହିଁ । ଏହାସମସ୍ତ ଫିଲ୍ମ ଠାରୁ ଭିନ୍ନ ଅଟେ ।

ଏଥିରେ ଲୈଲାଙ୍କ ଚରିତ୍ର ଟିକେ ଭିନ୍ନ ରହିଛି । ୨୦୧୮ର ଲୈଲା ବହୁତ ବଡ ଫ୍ଲର୍ଟ ହୋଇଛନ୍ତି । ଏହି ଭଳି କିଛି ନିଆରା କାହାଣୀ ଦେଖିବାକୁ ମିଳିବ ଏହି ଫିଲ୍ମରେ । ଏହି ଫିଲ୍ମର ପ୍ରଯୋଜନା ଭାର ତୁଲାଇଛନ୍ତି ଏକତା କପୂର । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶକ ସାଜିଦ ଅଲୀ ଡେବ୍ୟୁ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More