Only for Entertainment

‘ଲ୍ୟାକ୍ମି ଫ୍ୟାଶନ ୱିକ ୨୦୧୯’ରେ ନଜର ଆସିଲେ ‘ତଖ୍ତ’ର ଅଧା ଷ୍ଟାରକାଷ୍ଟ, ର‌୍ୟାମ୍ପୱାର୍କ ସମୟରେ ଝୁମିଲେ ରଣବୀର ସିଂ- ଅନୀଲ କପୁର

bollywood life
19

ମୁମ୍ବାଇରେ ‘ଲ୍ୟାକ୍ମି ଫ୍ୟାଶନ ୱିକ ୨୦୧୯’ ଜୋରସୋରରେ ଚାଲିଛି । ଏହି ଇଭେଣ୍ଟରେ ବଲିଉଡ କଲାକରାମାନେ ନିଜର ଜଲୱା ଦେଖାଇଛନ୍ତି । କୃତି ଖରବନ୍ଦାଙ୍କ ଠାରୁ ଆରମ୍ଭ କରି ଭୂମି ପେଡନେକର ଏବଂ କଙ୍ଗନା ରଣାୱତଙ୍କ ପରି କଳାକରା ଏହି ଇଭେଣ୍ଟରେ ଚାର ଚାନ୍ଦ ଲଗାଇଥିବା ବେଳେ ଗତ ରାତିରେ କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମିତ ଫିଲ୍ମ ‘ତଖ୍ତ’ର ଅଧା ଷ୍ଟାରକାଷ୍ଟ ର‌୍ୟାମ୍ପୱାର୍କ କରୁଥିବାର ନଜର ଆସିଥିଲେ ।

ଆଜ୍ଞା ହିଁ, ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଣୁଣା ଡିଜାଇନର ରାଘବେନ୍ଦ୍ର ରାଠୋରଙ୍କ ପାଇଁ ଅନୀଲ କପୁର, ରଣବୀର ସିଂ ଏବଂ ଜାହ୍ନବୀ କପୁର ର‌୍ୟାମ୍ପୱାର୍କ କରିଥିଲେ । ର‌୍ୟାମ୍ବୱାର୍କ କରିବା ସମୟରେ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ମ୍ୟୁଜିକରେ ଅନୀଲ କପୁର ଏବଂ ରଣବୀର ସିଂ ଜବରଦସ୍ତ ଠୁମକା ଲଗାଇ ଥିଲେ । ଯାହାକୁ ଦେଖିବା ପରେ ସେଠାରେ ଉପସ୍ଥିତ ସମସ୍ତ ଲୋକେ ଖୁସି ହୋଇଯାଇଥିଲେ ।

ଫିଲ୍ମ ‘ତଖ୍ତ’ ବିଷୟରେ କହିବାକୁ ଗଲେ ଫିଲ୍ମରେ ଅନୀଲ କପୁର, ରଣବୀର ସିଂ ଏବଂ ଜାହ୍ନବୀଙ୍କ ବ୍ୟତିତ ଆଲିଆ ଭଟ୍ଟ, କରୀନା କପୁର ଖାନ, ଭୂମି ପେଡନେକର ଏବଂ ଭିକି କୌଶଲଙ୍କ ପରି କଳାକାର ନଜର ଆସିବେ । ଫିଲ୍ମର ସୁଟି ଖୁବ ଶୀଘ୍ର ଅର୍ମ୍ ହେବ ଏବଂ ଫିଲ୍ମ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More