Only for Entertainment

ଲାକ୍ମି ଫ୍ୟାସନ୍ ୱିକ ଜଲୱା ର୍ୟାମ୍ପରେ ଦେଖିବାକୁ ମିଳିଲା ସେଲିବ୍ରେଟିଙ୍କ ଭିଡ !

0 26

ମୁମ୍ବାଇରେ ଚାଲିଛି ଲାକ୍ମି ଫ୍ୟାସନ୍ ୱିକ୍ – ୨୦୧୮ । ୫ଦିନ ଧରି ଏହି ଫ୍ୟାସନ୍ ୱିକରେ ଭାଗ ନେଇଥାନ୍ତି ଏକାଧିକ ଫ୍ୟାସନ୍ ଡିଜାଇନର୍ । ଆଉ ର୍ୟାମ୍ପରେ ଦେଖାଇଥାନ୍ତି ନିଜ ୟୁନିକ୍ ଡିଜାଇନର ପୋଷାକ୍ । ଏହାଛଡା ଶୋ- ଷ୍ଟପର୍ ଭାବେ ନଜର ଆସନ୍ତି ବି-ଟାଉନ୍ର ପପୁଲାର୍ ସେଲିବ୍ରିଟି ସବୁ । ତେବେ ଫ୍ୟାସନ୍ ୱିକ୍ର ତୃତୀୟ ସଂଧ୍ୟାରେ ଏକାଧିକ ଫ୍ୟାସନ୍ ଡିଜାଇନରଙ୍କ ଟ୍ୟାଲେଂଟ୍ ରାମ୍ପରେ ଦେଖିବାକୁ ମିଳିଛି । ରଙ୍ଗୀନ ସନ୍ଧ୍ୟାରେ ଏକାଧିକ ବଲିଉଡ ବ୍ୟୁଟି ର୍ୟାମ୍ପକୁ ଓହ୍ଳାଇ ଦେଖାଇଛନ୍ତି ନିଜର କମାଲ । ପପୁଲାର ଡିଜାଇନରଙ୍କ ଏକ୍ସକ୍ଲୁସିଭ ଆଉଟଫିଟ ପିନ୍ଧି ବଲିଉଡ ବ୍ୟୁଟି ଖୁବ ଆର୍କଷଣୀୟ ଦେଖାଯାଇଛନ୍ତି । ଦେଖନ୍ତୁ ଅଭିନେତ୍ରୀ ଦିଶା ପଟାନୀଙ୍କ ଗର୍ଜିଅସ୍ ଅବତାର । ଡିଜାଇନର୍ ଅମିତ୍ ଅଗ୍ରୱାଲଙ୍କ ଏହି ଆକର୍ଷଣୀୟ ବ୍ଲାକ୍ ଗାଉନରେ ଦିଶା ନଜର ଆସିଥିଲେ କାଫି ଆଟ୍ରାକ୍ଟିଭ୍ । କେବଳ ଦିଶା ହିଁ ନୁହଁନ୍ତି ଅଭିନେତା ସାହିଦ୍ କପୁର୍ ମଧ୍ୟ ଅମିତଙ୍କ ଦ୍ୱାରା ଡିଜାଇନ୍ ସୁଟରେ ର୍ୟାମ୍ପକୁ ଓହ୍ଲାଇଥିଲେ । ଆଉ ତାଙ୍କ ଅନ୍ଦାଜ୍ ବି ଥିଲା କାଫି ହଟକେ ।

ଧଡକ ଫେମ୍ ଜାହ୍ନବୀ କପୁର୍ ପ୍ରଥମ ଥର ପାଇଁ ର୍ୟାମ୍ପରେ ଦେଖାଇଥିଲେ ନିଜ ଜଲୱା । ଲାକମି ଫ୍ୟାସନ୍ ୱିକ୍ ୨୦୧୮ରେ ଜାହ୍ନବୀ ଶୋ – ଷ୍ଟପର୍ ଭାବେ ପ୍ରଥମ ଥର ପାଇଁ ର୍ୟାମ୍ପକୁ ଓହ୍ଲାଇଥିଲେ । ଆଉ ଫ୍ୟାସନ୍ ଡିଜାଇନର୍ ନଚିକେତ୍ ବାରବେଙ୍କ ପାଇଁ ଏହି ସୁନ୍ଦରୀ ଜଣଙ୍କ ସାଜିଥିଲେ ଶୋ’ ଷ୍ଟପର୍ । ଏକ ଆକର୍ଷଣୀୟ ଲେହଙ୍ଗାରେ ଜାହ୍ନବୀଙ୍କୁ ଦେଖିବାକୁ ମିଳିଥିଲା ।

ଫ୍ୟାସନ୍ ୱିକ୍ର ୩ୟ ସଂଧ୍ୟାରେ ଅଭିନେତ୍ରୀ ସୋହା ଅଲ୍ଲି ଖାନ୍ଙ୍କୁ ମଧ୍ୟ ର୍ୟାମ୍ପରେ ଦେଖିବାକୁ ମିଳିଥିଲା । ଅନେକ ଦିନ ପରେ ଫ୍ୟାସନ୍ ଶୋ ରେ ଶୋ ଷ୍ଟପର୍ ଭାବେ ନଜର ଆସିଛନ୍ତି ସୋହା । ଡିଜାଇନର୍ କୋନିକା ଗୋଏଲ୍ଙ୍କ ଦ୍ୱାରା ଡିଜାଇନ୍ ପୋଷାକ ପିନ୍ଧି ର୍ୟାମ୍ପକୁ ଓହ୍ଲାଇଥିଲେ ସୋହା । ସେହିପରି ବଲିଉଡ୍ର ଭାଇ ଭଉଣୀ ଯୋଡି ହ୍ୟୁମା କ୍ୱୁରେସି ଓ ସାକେବ୍ ସଲିମ୍ ମଧ୍ୟ ଫ୍ୟାସନ୍ ଶୋର ୩ୟ ସନ୍ଧ୍ୟାରେ ଦେଖାଇଥିଲେ କମାଲ୍ । ଏମାନେ ଡିଜାଇନର୍ ଅନ୍ୱିତା ଶର୍ମାଙ୍କ ପୋଷାକ ପିନ୍ଧି ର୍ୟାମ୍ପକୁ ଓହ୍ଲାଇଥିଲେ । ବୁଧବାର ଆରମ୍ଭ ହୋଇଥିବା ଲାକ୍ମି ଫ୍ୟାଶମନ୍ ୱିକ୍ ରବିବାର ଶେଷ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More