Only for Entertainment

୩୧ ବର୍ଷ ପରେ ପରଦାକୁ ଫେରିଲା ‘ଲାଲପାନ ବିବି’, ଭିନ୍ନ ଅନ୍ଦାଜରେ ନଜର ଆସିବେ ମହେଶ୍ୱତା

you tube
97

ଓଲିଉଡର ମହାନାୟିକା ମହାଶ୍ୱେତା କିଛି ଦିନ ବ୍ୟବଧାନରେ ପୁଣି ଥରେ ଅଭିନୟକୁ ଫେରିଛନ୍ତି । ଅବଶ୍ୟ ତାଙ୍କୁ ଗତବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଶା ସିନେମା ‘ସାଥୀ ତୁ ଫେରିଆ’ରେ ଦର୍ଶକ ଶେଷ ଥର ଲାଗି ବଡ଼ ପରଦାରେ ଦେଖିବାକୁ ପାଇଥିଲେ । ମହାଶ୍ୱେତା ଏବେ ତରଙ୍ଗ ଟେଲି ପ୍ରଡକ୍ସନ୍ସର ଫିଲ୍ମରେ କାମ କରୁ୍‍ଥିବା ଜଣାଯାଇଛି । ହଁ ମହାଶ୍ୱେତାଙ୍କର ଏହି ସିନେମାରେ ପୁଣି ଏଭଳି ଏକ ଶୀର୍ଷକ ଭୂମିକାରେ ଆସୁଛନ୍ତି, ଯେଉଁ ଭୂମିକା ଲାଗି ୧୯୮୮ ମସିହାରେ ଖୁବ୍‍ ଚର୍ଚ୍ଚିତା ହୋଇଥିଲେ ସେ ।

୧୯୮୮ରେ ମହାଶ୍ୱେତାଙ୍କ ଅଭିନୀତ ଏକ ଓଡ଼ିଶା ସିନେମା ସୁପରହିଟ୍‍ ହୋଇଥିଲା । ଏହି ସିନେମାର ଟାଇଟଲ୍‍ ହେଲା ‘ଲାଲପାନ ବିବି’ । ଏହି ଫିଲ୍ମର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିଦ୍ଦେର୍ଶନା ଦାୟିତ୍ୱରେ ଥିଲେ ପ୍ରଶାନ୍ତ ନନ୍ଦ । ‘ଲାଲପାନ ବିବି’ରେ ମହାଶ୍ୱେତାଙ୍କୁ ଦର୍ଶକ ଡବଲ ରୋଲରେ ଦେଖିବାକୁ ପାଇଥିଲେ । ଏଥିରେ ମହାଶ୍ୱେତାଙ୍କ ଦମ୍‍ଦାର୍‍ ଅଭିନୟ ଦର୍ଶନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ମହାଶ୍ୱେତା ପୁଣିଥରେ ପରଦାରେ ଲାଲପାନ ବିବି ବନି ଆସୁଛନ୍ତି । ହେଲେ ଏଥର ଛୋଟ ପରଦାରେ ପ୍ରିମିୟର୍‍ ହେବ ଏହି ସିନେମା । ଏହି ସିନେମାରେ ଟାଇଟଲ୍‍ ହେଲା ‘ଲାଲପାନ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ । ଏହାର ନିର୍ଦ୍ଦେଶକ ହେଲେ ଅଶ୍ୱିନୀ ଗଡ଼ନାୟକ । ପ୍ରଶାନ୍ତ ନନ୍ଦଙ୍କ ‘ଲାଲପାନ ବିବି’ରେ ମହାଶ୍ୱେତା ଯୁବତୀ ଭୂମିକାରେ ଦେଖାଦେଇଥିଲେ, ହେଲେ ଅଶ୍ୱିନୀ ଗଡ଼ନାୟକଙ୍କ ‘ଲାଲପାନ୍‍ ବିବିଙ୍କ ସ୍ମାର୍ଟ ଫ୍ୟାମିଲି’ରେ ମହାଶ୍ୱେତା ଜଣେ ଯୁବ ପୁଅର ମାଆ ଭୂମିକାରେ ନଜର ଆସିବେ । ଏଥିରେ ମହାଶ୍ୱେତାଙ୍କ ପୁଅ ଭୂମିକାରେ ଅଛନ୍ତି ଅଙ୍କିତ କୁମାର ।

ଅଙ୍କିତ ଛୋଟ ପରଦାରେ ଜଣେ ଆଗଧାଡ଼ିର ନାୟକ । ସେ ‘ପାଗଳ ମୁଁ ତୋ ପାଇଁ’ ସିନେମାରେ ବି ନାୟକ ଭୂମିକାରେ ଅଭିନୟ କରିଛନ୍ତି, ଯାହାର ନିର୍ଦ୍ଦେଶକ ହେଲେ ଏନ୍‍ ପାଢ଼ୀ । ଏହି ଫିଲ୍ମରେ ମହାଶ୍ୱେତା ଓ ଅଙ୍କିତ କୁମାରଙ୍କ ବ୍ୟତିତ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶରତ ନାୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More