Only for Entertainment

ଲୋକସଭା ନିର୍ବାଚନରେ ଲଢିପାରନ୍ତି ଲାଲୁଙ୍କ ପୁଅ, ପାଲଟିଲେ ଦ୍ୱିତୀୟ କୃଷ୍ଣ , ସୋସିଆଲ ମିଡିଆରେ ଭିଡିଓ ଭାଇରାଲ !

25

ଲାଲୁ ପ୍ରସାଦ ଯାଦବଙ୍କ ବଡପୁଅ ତେଜପ୍ରତାପ ଯାଦବ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଚର୍ଚ୍ଚାର ବିଷୟ ହେଉଛି ଛାଡପତ୍ର । ୬ ମାସ ତଳେ ବିବାହ କରିଥିବା ତେଜପ୍ରତାପ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି । ତେବେ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ଥିବା ତେଜପ୍ରତାପଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟି ମଧୁରାରୁ ନିଆଯାଇଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କୁ ମଧୁରାର ଦ୍ୱିତୀୟ କୃଷ୍ଣ କହୁଥିବାର ଶୁଣିବାକୁ ମିଳୁଛି । ତେଜପ୍ରତାପଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ଏହି ଭିଡିଓଟିକୁ ପୋଷ୍ଟ କରାଯାଇଛି ।

ତେବେ ଆପଣଙ୍କୁ କହିରଖୁଛୁ ନିକଟରେ ତେଜପ୍ରତାପ ମଥୁରା ଏବଂ ବୃନ୍ଦାବନ ଭ୍ରମଣରେ ଥିଲେ । ସେ ସେଠାରେ ଭିଡିଓ କରି ଲୋକଙ୍କୁ ଯମୁନା ନଦୀର ଦୁର୍ଦ୍ଦଶା ବିଷୟରେ କହିବା ସହ ମଥୁରା ସହ ତାଙ୍କର ୧୫ ବର୍ଷର ସଂପର୍କ ଥିବା କଥା ମଧ୍ୟ କହିଥିଲେ । ମଥୁରାରେ ବୁଲୁଥିବା ସମୟରେ ସେ ଏବଂ ମଥୁରାର ଜଣେ ବ୍ୟକ୍ତି ମିଶି ବୁଲୁଥିବା ସମୟରେ ଉକ୍ତ ବ୍ୟକ୍ତି ତାଙ୍କୁ ମଥୁରାର ଦ୍ୱିତୀୟ କୃଷ୍ଣ କହିବା ସହ ୨୦୧୯ ସାଧାରଣ ନିର୍ବାଚନ ସେ ମଥୁରାରୁ ଲଢନ୍ତୁ ବୋଲି କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More