Only for Entertainment

ରିଲିଜ ହେଲା ‘ଜୟ ମମି ଦି’ର ନୂଆ ଗୀତ ଲମ୍ବରଗିନି

35

ପ୍ରଥମ ଟ୍ରେଲର ଓ ଗୀତ ରିଲିଜ ପରେ ଏବେ ଅପକମିଂ ଫିଲ୍ମ ଜୟ ମମି ଦିର ନୂଆ ଗୀତ ରିଲିଜ ହୋଇଛି । ରୋମାଟିଂକ ଟ୍ରାକରେ କଣ୍ଠଦାନ କରିଛନ୍ତି ଜଶି ଗିଲ ଓ ନେହା କକ୍କଡ । ୟୁଟ୍ୟୁବରେ ରିଲିଜ ପରେ ଗୀତ କ୍ରମଶ ଲୋକପ୍ରିୟ ହେଉଛି । ନୂଆ ଗୀତ ଟାଇଟେଲ ରହିଛି ‘ଲମ୍ବରଗୀନୀ’ ।

ମ୍ୟୁଜିକ ଭିଡିଓରେ ବ୍ୟସ୍ତ ରହୁଥିବା ନେହା କକ୍କଡ ବେଶ କିଛି ଦିନ ପରେ ବଲିଉଡ ଗୀତରେ କଣ୍ଠଦାନ କରିଛନ୍ତି । ନେହାଙ୍କ ସହ ଗୀତରେ ରହିଛି ଜଶୀ ଗିଲଙ୍କ ଆୱାଜ । ଉଭୟ ପଂଜାବୀ ଓ ହିନ୍ଦୀ ଭାଷାରେ ଏହି ଗୀତକୁ କମ୍ପୋଜ କରାଯାଇଛି । ଗୀତର କିଛି ଭାଗରେ ସନ୍ନି ଓ ସୋନାଲିଙ୍କୁ ଦେଖିବାକୁ ମିଳିଥିବାବେଳେ ଅନ୍ୟପଟେ ସିଙ୍ଗର ନେହା ଏବଂ ଜଶି ମଧ୍ୟ ନଜର ଆସିଛନ୍ତି ।

କୁମାରଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ମିଟ ବ୍ରଦର୍ସ । ସାହାଜ ସିଂ ଏବଂ ସୋହାସୀ ଶର୍ମା ଏହାର କୋରିଓଗ୍ରାଫି କରିଛନ୍ତି । କମେଡି କାହାଣୀରେ ପ୍ରସ୍ତୁତ ଜୟ ମମ୍ମି ଦିରେ ସନ୍ନି ସିଂ ଓ ସୋନାଲି ସିଂଙ୍କୁ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିବ । ନାୟକ- ନାୟିକାଙ୍କ ମମ୍ମି ମାନଙ୍କ ଭିତରେ ଥିବା ଫାଇଟକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି । ଲଭ ରଂଜନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ନବଜୋତ ଗୁଲାଟି । ୧୭ ଜାନୁୟାରୀ, ୨୦୨୦ରେ ରିଲିଜ ହେବ ଏହି ଫିଲ୍ମ ଜୟ ମମ୍ମି ଦି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More