Only for Entertainment

ଭାରତ ପାକିସ୍ତାନର ସଂପର୍କକୁ ନେଇ ଭାଇରାଲ ହେଲା ଓମ ପୁରୀଙ୍କ ଶେଷ ଭିଡ଼ିଓ,ଦେଖିଲେ ଗର୍ବ ଅନୁଭବ ହେବ ।

News Nation
0 49

ଗତ ବର୍ଷ ଅର୍ଥାତ ୨୦୧୭ରେ ଓମ ପୁରୀଙ୍କ ଭଳି ଜଣେ ପ୍ରସିଦ୍ଧ ଅଭିନେତାଙ୍କୁ ଆମେ ହରାଇ ବସିଛୁ । ଓମ ପୁରୀ ଜଣେ ଏଭଳି ଅଭିନେତା ଥିଲେ ଯାହାଙ୍କର ପ୍ରତ୍ୟେକଟି ଅଭିନୟ ଥିଲା ନିଖୁଣ । ଆଜି ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରି ଝୁରି ହେଉଛି ସେହି ଅଭୁଲା ମଣିଷଙ୍କୁ । ମୃତ୍ୟୁର ଠିକ ୬ ମାସ ପୂର୍ବରୁ ଓମ ପୁରୀ ତାଙ୍କର ଶେଷ ଫିଲ୍ମ ଲସ୍ତମ ପସ୍ତମର ସୁଟିଂ ଶେଷ କରିଥିଲେ । ଏହି ଫିଲ୍ମ ଭାରତ ଏବଂ ପାକିସ୍ତାନର ସମ୍ବଦ୍ଧକୁ ନେଇ ନିର୍ମାଣ କରାଯାଇଛି,ଯାହାକୁ ତାଙ୍କର ଶେଷ ଇଂଟରଭ୍ୟୁ ବୋଲି କୁହାଯାଉଛି । ଖବର ଅନୁସାରେ ଏହି ଇଂଟରଭ୍ୟୁର ଏକ ସପ୍ତାହ ପରେ ଏହି ଅଭିନେତାଙ୍କ ନିଧନ ହୋଇଥିଲା । ଫିଲ୍ମରେ ଓମ ପୁରୀ ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଚରିତ୍ରରେ ଅଭିନୟ କରିଛନ୍ତି ।

ଏହି ଫିଲ୍ମକୁ ନେଇ ଓମ ପୁରୀ କହିଥିଲେଯେ ‘ମୋର ଚରିତ୍ର’ ଆପେ ଆପେ ଲୋକଙ୍କୁ ଏକ ବାର୍ତ୍ତା ଦେବ.ଏହାକୁ ଦେଖିବା ପରେ ଲୋକ ବୁଛିପାରିବେଯେ ଆମେ କେବଳ ଅଯଥାରେ ଝଗଡ଼ା କରୁଛୁ, ଅନ୍ୟ ଉପରେ ଜବରଦସ୍ତୀ ଘୃଣାଭାବ ସୃଷ୍ଟି କରୁଛୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛିଯେ ଅଳ୍ପ ସମୟ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଚାଲିଗଲା । ବିଭାଜନ ହେବା ସମୟରେ ଲୋକ ଭାବିଲେଯେ ଗୋଟିଏ ଭାଇ ସୀମାର ଏ ପାଶ୍ୱର୍ରେ ରହିଲେ ଅନ୍ୟ ଭାଇ ସୀମାର ଅନ୍ୟ ପାଶ୍ୱର୍ରେ ରହିବ । ସମୟ ମିଳିଲେ ପରସ୍ପରକୁ ଦେଖା ସାକ୍ଷାତ କରିପାରିବେ । କିନ୍ତୁ ଏଭଳି କିଛି ହେଲା ନାହିଁ । ସମୟ ବଦଳିବା ସହିତ ପରିସ୍ଥିତି ଏବଂ ଚିନ୍ତାଧାରା ମଧ୍ୟ ବଦଳିଗଲା ଏବଂ ଆରମ୍ଭ ହେଲା ଶତୃତାର ଏକ ନୂଆ ଇତିହାସ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More