Only for Entertainment

ଅନ୍ତିମ ସମୟରେ ଏହି ଭଳି ବିଦାୟ ନେବା ପାଇଁ ଇଛା ରଖିଥିଲେ ଶ୍ରୀଦେବୀ ।

deccan chronicle
0 60

ବଲିଉଡର ଚାନ୍ଦିନୀ ଶ୍ରୀଦେବୀଙ୍କର ଗତ ଶନିବାର ଦିନ ପରଲୋକ ହୋଇଛି । ଏପର୍ଯ୍ୟନ୍ତ ତାଙ୍କ ମର ଶରୀର ଭାରତରେ ପହଂଚି ନାହିଁ । କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ପ୍ରଶଂସକ ଅପେକ୍ଷା କରିଛନ୍ତି ଶ୍ରୀଦେବୀଙ୍କର ଶେଷ ଦର୍ଶନ ପାଇଁ । ଦୁବାଇରୁ ତାଙ୍କୁ ମୁମ୍ବାଇ ଆଣିବା ପରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ସେଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଯାଇଛି ।
ସୁପରଷ୍ଟାର ହେବା ପରେ ତାଙ୍କର ଆଉ ଏକ ଇଛା ଥିଲା,ଯାହାକୁ ସେ ପୂରଣ କରିବାକୁ ଚାହୁଁଥିଲେ । ତାଙ୍କର ଏହି ଇଛାକୁ ସେ ବାରମ୍ବାର ତେତେକ ଇଂଟରଭ୍ୟୁରେ କହିଥିବା ମଧ୍ୟ ନଜର ଆସିଛି ।

କୁହାଯାଏଯେ ଶ୍ରୀଦେବୀଙ୍କୁ ଧଳା ରଙ୍ଗ ଖୁବ ପସନ୍ଦ ଥିଲା । ସେ ଇଛା ରଖିଥିଲେଯେ ତାଙ୍କର ଅନ୍ତିମ ଯାତ୍ରା ସମୟରେ ଧଳା ରଙ୍ଗର ଫୁଲରେ ସାଜସଜ୍ଜା କରିବା ପାଇଁ । ତେବେ ଶ୍ରୀଦେବୀ ତାଙ୍କର ଅଧିକାଂଶ ଫିଲ୍ମରେ ଧଳା ରଙ୍ଗର ପୋଷାକ ପରିଧାନ କରୁଥିଲେ । ତାଙ୍କର ଏହି ଇଛାକୁ ପୂରଣ କରିବା ପାଇଁ ସମଗ୍ର ପରିବାର ଲାଗି ପଡ଼ିଛନ୍ତି । ଯେଉଁଠାରେ ଶ୍ରୀଦେବୀଙ୍କ ମର ଶରୀରକୁ ରଖାଯିବ ସେହି ସ୍ଥାନକୁ ଧଳା ରଙ୍ଗର ମୋଗ୍ରା ଏବଂ ଗୋଲାପ ଫୁଲରେ ସଜାଯିବ ।

କେବଳ ସେତିକି ନୁହେଁ ଜାହ୍ନବୀଙ୍କୁ ବଲିଉଡରେ ଡେବ୍ୟୁ କରିବାର ଦେଖିବାକୁ ଥିବା ସ୍ୱପ୍ନ ମଧ୍ୟ ଅଧା ହୋଇ ରହିଗଲା । ତେବେ ତାଙ୍କ ଅନୁପସ୍ଥିତିରେ ଏହା ପୂରଣ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More