Only for Entertainment

Lata Mangeshkar Birthday Special : ଏହି କାରଣ ପାଇଁ ମୋହମ୍ମଦ ରଫିଙ୍କ ସହିତ ଗୀତ ଗାଇବା ବନ୍ଦ କରିଦେଇଥିଲେ ଲତା ମଙ୍ଗେସକର

GOOGLE
35

ଭାରତ ରତ୍ନରେ ସମ୍ମାନୀତ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ନିଜର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି । ୨୮ ସେପ୍ଟେମ୍ବର ୧୯୨୯ରେ ଲତା ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମ ନେଇଥିଲେ । ଲତାଙ୍କ ପ୍ରଥମ ନାମ ହେମା ଥିଲା କିନ୍ତୁ ତାଙ୍କ ପିତା ମାତା ପାଂଚ ବର୍ଷ ପରେ ତାଙ୍କ ନାମ ପରିବର୍ତ୍ତନ କରି ଲତା ରଖିଥିଲେ । ଆଠ ଦଶକରୁ ଅଧିକ ସମୟ ଧରି ହିନ୍ଦୁସ୍ତାନର ଭଏସ ବନିଥିବା ଲତା ୩୦ରୁ ଅଧିକ ଭାଷାରେ ଗୀତ ଗାଇ ନିଜର ଭଏସର ଯାଦୁରେ ସମସ୍ତଙ୍କୁ ମତୁଆଲା କରିଦେଇଥିଲେ । ଆଜି ବି ୯୧ ବର୍ଷ ବୟସରେ ବି ତାଙ୍କର ସେହି ଭଏସ ଆପଣଙ୍କୁ ମତୁଆଲା କରିଦେବ । ଲତାଜୀଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ଏବଂ ମୋହମ୍ମଦ ରଫିଙ୍କ ବିଷୟରେ ଏକ ମଜାଦାର କଥା ଯାହା ହିନ୍ଦୀ ସିନେମା ଜଗତରେ ଚହଳ ପକାଇ ଦେଇଥିଲା । ଏହାକୁ ଯତୀନ୍ଦ୍ର ମିଶ୍ର ନିଜ ପୁସ୍ତକ ‘ଲତା ସୁରଗାଥା’ରେ ପ୍ରକାଶ କରିଛନ୍ତି ।

ଯତୀନ୍ଦ୍ର ଲତା ମଙ୍ଗେସକରଙ୍କୁ ରୟାଲ୍ଟିକୁ ନେଇ ହୋଇଥିବା ବିବାଦ ଉପରେ ପ୍ରଶ୍ନ କରିବାରକୁ ଲତା କହିଥିଲେ, ‘ମୁଁ ପ୍ରସ୍ତାବ ଦେଇଥିଲି ମ୍ୟୁଜିକ କମ୍ପାନୀମାନେ ଆମେ ଗାଇଥିବା ଗୀତ ଗଦଳରେ ଆମକୁ ତାଙ୍କର ରେକର୍ଡ ବିକ୍ରିର ଲାଭର କିଛି ଅଂଶ ଦେବା ଦରକାର । ଧୀରେ ଧୀରେ ଏହା ଏକ ବଡ ବିବାଦରେ ପରିଣତ ହୋଇଗଲା । ସବୁଠାରୁ ଅଧିକ ମୋହମ୍ମଦ ରଫି ଏହାର ବିରୋଧ କରିଥିଲେ । ସେ କହିଥିଲେ ଗୋଟିଏ ଥର ଆମେ ଗୀତ ଗାଇବା ପାଇସା ନେଗଗଲେ ତ ପୁଣିଥରେ ପଇସା ମିଳିବାକୁ ନେଇ କାହିଁ କହିବା । କିନ୍ତୁ ଏହାର ସମର୍ଥନରେ ମୁକେଶ ଭାଇ, ମନ୍ନା ଡେ ଏବଂ କିଶୋର କୁମାର ଥିଲେ । ମୋତେ ଲାଗିଥିଲା ମୋହମ୍ମଦ ରଫିଙ୍କୁ ଏହା ବିଷୟରେ ସପୂର୍ଣ୍ଣ ସୂଚନା ନଥାଇ ସେ ଭୁଲ ବୁଝାମଣାର ସଇକାର ହୋଇଥିଲେ । ଏହାର କାରଣ ଆଉ କ’ଣ ହେବାର ଥିଲା ମୁଁ ମୋହମ୍ମଦ ରଫଙ୍କ ସହିତ ଗୀତ ଗାଇବା ବନ୍ଦ କରିଦେଇଥିଲି । କିନ୍ତୁ ବର୍ମନ ଦାଦା ଆମ ମଧ୍ୟରେ ଥିବା ମନୋମାଳିନ୍ୟକୁ ସୁଧାରି ଦୁହିଁଙ୍କୁ ଏହା ସହିତ ଗାଇବାର ମଉକା ଦେଇଥିଲେ । ଦୁହିଁଙ୍କ ମଧ୍ୟରେ ଥିବା ସମସ୍ୟା ୧୯୬୭ରେ ଶେଷ ହୋଇଥିଲା । ’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More