Only for Entertainment

ରାନୁ ମଣ୍ଡଳଙ୍କ ଗାୟକୀ ଉପରେ ବୟାନ ଦେଇ ଅଡୁଆରେ ବଲିଉଡର ସ୍ୱର ସାମ୍ରାଜ୍ଞୀ, ସୋସିଆଲ ମିଡିଆରେ ଲତା ମଙ୍ଗେସରଙ୍କୁ ସମାଲୋଚନା !

111

ସୋସିଆଲ ମିଡିଆରେ ଏବେ ରାନୁ ମଣ୍ଡଲଙ୍କୁ ନେଇ ଚର୍ଚ୍ଚା ଚାଲିଛି । ରେଳ ଷ୍ଟେସନରୁ ଏବେ ସେ ମ୍ୟୁଜିକ ରେକଡିଂ ଷ୍ଟୁଡିଓରେ ପହଁଚିଛନ୍ତି । ହିମେଶ ରେଶମିୟାଙ୍କ ଆର୍ଶୀବାଦର ହାତ ଏବେ ରାନୁଙ୍କ ଉପରେ ରହିବା ପରେ ଲଗାତାର ୩ଟି ବଲିଉଡ ଗୀତରେ ସେ କଣ୍ଠଦାନ କରିସାରିଲେଣି । ଶ୍ରୋତା ରାନୁଙ୍କ ଲାଜବାବ ଆୱାଜ ପାଇଁ ତାଙ୍କୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ତୁଳନା ମଧ୍ୟ କରୁଛନ୍ତି ।

ଏହାରି ଭିତରେ ରାନୁଙ୍କୁ ନେଇ ଲତା ଦେଇଥିଲେ ଏଭଳି କିଛି ବୟାନ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଇଂଟରନେଟ ସେନ୍ସେସନ ପାଲଟିଥିବା ରାନୁ ମଣ୍ଡଳଙ୍କୁ ନେଇ ଲତା କିଛି ଦିନ ପୂର୍ବରୁ ବୟାନ ରଖିଥିଲେ । ଏକ ସାକ୍ଷାତକାରରେ ଲତା କହିଥିଲେ କି ତାଙ୍କ କାମକୁ ନକଲ କରି ଯଦି କାହାର ମଙ୍ଗଳ ହେଉଛି ତେବେ ସେ ଏହା ପାଇଁ ନିଜକୁ ଭାଗ୍ୟଶାଳୀ ମନେ କରିବେ । କିନ୍ତୁ କାହାକୁ ନକଲ ନକରି ବାସ୍ତବବାଦୀ ହେବା ଜରୁରୀ ।

ସୋସିଆଲ ମଡିଆ ୟୁଜର୍ସ କହିଛନ୍ତି ଲତା ନିଜ ସମ୍ମାନ ଓ ସ୍ଥାନକୁ ଆଖି ଆଗରେ ରଖି ବୟାନ ଦେବା ଉଚିତ ବରଂ ରାନୁଙ୍କ ପ୍ରତିଭାକୁ ପ୍ରୋତ୍ସାହନ କରିବା ଜରୁରୀ । ଆଉ କିଏ କହିଛନ୍ତି ଲତାଙ୍କ ଏଭଳି ବୟାନ ତାଙ୍କ ଗରିମାକୁ ଶୋଭା ପାଉନି ବୋଧ ହୁଏ ସେ ରାନୁଙ୍କୁ ଈର୍ଷା କରୁଛନ୍ତି । ସୋସିଆଲ ମିଡିଆରେ ଲତାଙ୍କ ବିରୋଧରେ ଗୋଟେ ପରେ ଗୋଟେ ବୟାନ ସାମ୍ନାକୁ ଆସୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More