Only for Entertainment

ସୁସ୍ଥ ହୋଇ ଘରକୁ ଫେରିଲେ ଲତା ମଙ୍ଗେସ୍କର

32

କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା କିଛିଦିନ ହେବ ବିଗିଡ଼ି ଯାଇଥିଲା। କିନ୍ତୁ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଡାକ୍ତରଖାନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ରବିବାର ସେ ଘରକୁ ଫେରିଛନ୍ତି। ସୁସ୍ଥ ହୋଇ ଲତା ଘରକୁ ଫେରିବା ଖବର ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଏକ ଖୁସିର ଲହରି ଖେଳି ଯାଇଛି। ନିଜେ ଲତା ସୁସ୍ଥ ହେବା ଖବର ସୋସିଆଲ ମିଡିଆ ଜରିଆରେ ସେୟାର କରି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀଦଳକୁ ଧନ୍ୟବାଦ ଜଣାଇଛନ୍ତି।

 

 

ଲତା ଟୁଇଟରେ ଲେଖିଛନ୍ତି କି, ‘ନମସ୍କାର। ଗତ ୨୮ଦିନ ହେବ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସପିଟାଲରେ ଭର୍ତ୍ତି ହୋଇଥିଲି। ମୋତେ ନିମୋନିଆ ହୋଇଥିଲା। ଡାକ୍ତର ଚାହୁଁଥିଲେ ମୁଁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହେଲେ ଯାଇ ଘରକୁ ଫେରିବି। ଆଜି ମୁଁ ସୁସ୍ଥ ହୋଇ ଘରକୁ ଫେରି ଆସିଛି। ସାଇ ବାବାଙ୍କ ଆର୍ଶୀବାଦ ଓ ଆପଣ ସମସ୍ତଙ୍କ ଭଲପାଇବା ପ୍ରାର୍ଥନା ହେତୁ ମୁଁ ସୁସ୍ଥ ହୋଇ ପାରିଛି। ମୁଁ ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More