Only for Entertainment

ଶାଢୀରେ ଝଲସିଲେ ବଲିଉଡ ବେଗମ୍, ମନଜିଣିଲା କରୀନାଙ୍କ ଶାଢୀ ଲୁକ, ଦେଖନ୍ତୁ ଫଟୋ

bollywood tadka
0 44

ଦେଖିବାକୁ ମିଳିଛି ବେଗମ୍ କରୀନାଙ୍କ ନିଆରା ଅନ୍ଦାଜ । ଏଥର ମଡର୍ଣ୍ଣ ନୁହେଁ ପୁରା ଦେଶୀ ଲୁକ୍ରେ ନଜର ଆସିଛନ୍ତି କରୀନା କପୁର ଖାନ୍ । ଲୋକମତ ମହାରାଷ୍ଟ୍ର ସମ୍ମାନ ଉତ୍ସବରେ କରୀନା ଦେଖାଇଥିଲେ ନିଜର କିଛି ଏପରି ଜଲୱା ।

kareena_maharash001

ଖବର ଅନୁସାରେ ଏକ ସମ୍ନାନ ଉତ୍ସବରେ ଯୋଗ ଦେବାକୁ ପହଁଚିଥିଲେ କରୀନା । ଯେଉଁଠି ତାଙ୍କୁ ଦେଖିବାକୁ ମିଳିଥିଲା ଏକ ହଳଦିଆ ରଙ୍ଗର ଶାଢୀରେ । ବଲିଉଡ୍ ବେଗମଙ୍କ ଏହି ଇଣ୍ଡିଆନ୍ ଲୁକ୍ ଦେଖି ସଭିଁଏ ହୋଇଥିଲେ ତାଜୁବ୍ । ଅନେକ ଦିନ ପରେ ଶାଢୀରେ ଦେଖିବାକୁ ମିଳିଥିଲା କରୀନାଙ୍କୁ । ସେଠାରେ ଉପସ୍ଥିତ ଗଣମାଧ୍ୟମ ବି କରିନାଙ୍କ ଏହି ଆକର୍ଷଣୀୟ ଗେଟଅପକୁ କ୍ୟାମେରାରେ କଏଦ୍ କରିଥିଲେ । ଏହି ଅବସରରେ କରୀନାଙ୍କୁ ମହାରାଷ୍ଟ୍ରୀୟାନ୍ ଅଫ ଦି ଇୟର୍ ଭାବେ ସମ୍ମାନୀତ କରାଯାଇଥିଲା ।

kareena1

ଏହି ଅବସରରେ ଅଭିନେତ୍ରୀ କରିନା ନିଜ ଅଭିନୟ କ୍ୟାରିୟର୍କୁ ନେଇ ମଧ୍ୟ ଅନେକ କଥା ସେୟାର୍ କରିଥିଲେ । କରିନା କହିଥିଲେ ଆକ୍ଟିଂ ବିନା ତାଙ୍କ ଜୀବନର କୌଣସି ମାନେ ନାହିଁ ।

kareena2

ଅନେକ ଦିନ ପରେ କରୀନାଙ୍କ ଏଭଳି ଅନ୍ଦାଜ ଦେଖିବାକୁ ମିଳିଛି ମାୟାନଗରୀରେ । ଏହି କାର୍ଯ୍ୟକ୍ରମରେ କରୀନା, କର୍ମଜୀବୀ ମହିଳାଙ୍କ ପାଇଁ ଅନେକ ଉପଦେଶ ଦେଇଥିଲେ । ଏହା ସହ ନିଜ ପୁଅ ତୈମୁର ଅଲ୍ଲୀ ଖାନଙ୍କ ବିଷୟରେ ମଧ୍ୟ ଅନେକ କଥା ସେୟାର୍ କରିଥିଲେ ।

kareena

ମୁମ୍ବାଇରେ ଅନୁଷ୍ଠୀତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅଭିନେତା ଅକ୍ଷୟ କୁମାର, ଅଭିନେତ୍ରୀ ସୋନାଲୀ କୁଲକରନୀ, ଏବଂ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More