Only for Entertainment

ଛିଛୋରେ’ର ନୂଆ ପୋଷ୍ଟର ରିଲିଜ, ନଜର ଆସିଲେ ଫିଲ୍ମର ସମସ୍ତ କଳାକାର

hindirush
37

ଶ୍ରଦ୍ଧା କପୂର ଏବଂ ସୁଶାନ୍ତ ସିଂ ରାଜପୂତଙ୍କ ଆଗାମୀ ଫିଲ୍ମ ‘ଛିଛୋରେ’କୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ବର୍ଷ ଫ୍ରେଣ୍ଡସିପ ଡେ’ ଉପଲକ୍ଷେ ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା । ଫିଲ୍ମର ଟ୍ରେଲରକୁ ଜବରଦସ୍ତ ରେସପନ୍ସ ମିଳିଥିଲା । ଏବେ ନିର୍ମାତା ଫିଲ୍ମର ଏକ ପୋ:୍ଟର ରିଲିଜ କରି ଦେଇଛନ୍ତି । ପୋଷ୍ଟରରେ ସମସ୍ତ ଛିଛୋରେ’ ତାରକାଙ୍କୁ ଦେଖିବାକୁ ମିଳିଛି ।

 


ପୋଷ୍ଟରରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ଲୁକକୁ ଖୁବ ପସନ୍ଦ କରୁଛନ୍ତି ଦର୍ଶକ । ଫିଲ୍ମର ଟ୍ରେଲର କଥା ଯଦି ଆଲୋଚନା କରିବା ତେବେ ଏଥିରେ ସବୁ ପ୍ରକାରର ଇମୋଶନ ନଜର ଆସିବ । ତେବେ କହିରଖୁଛୁ ଫିଲ୍ମର ଡାଏଲଗକୁ ଦର୍ଶକଙ୍କ ଠାରୁ ବେଶ୍ ରେସପନ୍ସ ମିଳିଛି ।

ଏହି ଫିଲ୍ମର କାହାଣୀ ବନ୍ଧୁତା ଉପରେ ପର୍ଯ୍ୟବେଷିତ । ଫିଲ୍ମରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବ୍ୱର ଓ ତାହିର ରାଜ୍ ଭସିନ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More