Only for Entertainment

ରିଲିଜ ହେଲା ମାଧୁରୀ ଦୀକ୍ଷିତଙ୍କ ପ୍ରଥମ ମରାଠୀ ଫିଲ୍ମ ‘ବକେଟ ଲିଷ୍ଟ’ ଟ୍ରେଲର, ଦେଖନ୍ତୁ

Times of India
0 50

ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କର ପ୍ରଥମ ମରାଠୀ ଫିଲ୍ମ ‘ବକେଟ ଲିଷ୍ଟ’ର ଟ୍ରେଲର ରିଲିଜ କରାଯାଇଛି । ଟ୍ରେଲରରେ ମାଧୁରୀ ଦୀକ୍ଷିତ ଏକ ହାଉସ ୱାଇଫ ଭୂମିକାରେ ନଜର ଆସିଛନ୍ତି । ହାଉସ ୱାଇଫ ଭୂମିକା ଠାରୁ ଆଗକୁ ବଢି ସେ ନିଜ ଆଶା ଆଙ୍କାକ୍ଷାକୁ ପୁରଣ କରିବା ପାଇଁ ପ୍ରୟାସ କରିଥାନ୍ତି । ଏହି ଟ୍ରେଲର ଦର୍ଶକଙ୍କ ମନୋରଂଜନ କରିବା ସହିତ ଏକ ସନ୍ଦେଶ ମଧ୍ୟ ଦେବ । ନିର୍ଦ୍ଦେଶକ ତେଜସ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ମହିଳା କିପରି ନିଜକୁ ଚିହିଁଥାଏ ତାହା ଦର୍ଶା ଯାଇଛି । ଏହି ଫିଲ୍ମ ୨୫ ମଇରେ ରିଲିଜ ହେବ ।

ମାଧୁରୀ ବର୍ତ୍ତମାନ ଦୁଇ ଦୁଇଟି ବଲିଉଡ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଗୋଟିଏ ହେଉଛି ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ‘ଟୋଟାଲ ଧମାଲ’ ଏବଂ ଅନ୍ୟଟି ହେଉଛି ଧର୍ମା ପ୍ରଡକ୍ସନର ବିଗ ବଜେଟ ଫିଲ୍ମ ‘କଳଙ୍କ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More