Only for Entertainment

ସୁଖ ଆଣିବ ଲାଫିଙ୍ଗ୍ ବୁଦ୍ଧ

iStock
0 99

କିଛି ଲୋକଙ୍କ ଘରେ ବାସ୍ତୁ ସମସ୍ୟା କାରଣରୁ ଅସୁଥିବା ସୁଖସମୃଦ୍ଧି ଆଖି ପିଛୁଳାକେ ଉଭେଇଯାଏ । ଏହିଭଳି ପରିସ୍ଥିତିରେ ମଣିଷ ଅବସାଦଗ୍ରସ୍ତ ହୋଇ ଭାଗ୍ୟକୁ ନିନ୍ଦି ବସେ । କିନ୍ତୁ ଜାଣିଛନ୍ତି କି ବଜାରକୁ ଆସୁଥିବା ବିଭିନ୍ନ ଧରଣର ଲାଫିଙ୍ଗ ବୁଦ୍ଧ ଆପଣଙ୍କ ଭାଗ୍ୟକୁ ପୁନର୍ବାର ଚମକାଇ ପାରିବ । ତେବେ ଆସନ୍ତୁ ଜାଣିବା ଏ ବିଷୟରେ କିଛି ଟିପ୍ସ-

  • ଯଦି ଆପଣଙ୍କ ଜୀବନରେ ଅର୍ଥ ସମସ୍ୟା ଲାଗିରହିଛି । କେତେବେଳେ ହାତକୁ ଟଙ୍କା ଆସୁଛି ଏବଂ କେତେବେଳେ ଯାଉଛି ସେ ବିଷୟରେ କିଛି ଜଣାପଡୁନି । ତେବେ ଟଙ୍କା ପୁଟୁଳୀ ନେଇ ଯାଉଥିବା ଲାଫିଙ୍ଗ୍ ବୁଦ୍ଧକୁ ଘରେ ରଖନ୍ତୁ । ଅର୍ଥ ସଙ୍କଟ ଦୂର ହେବ ।
  • କଠୋର ପରିଶ୍ରମ କରି ମଧ୍ୟ ଫଳ ପାଇପାରୁନାହାନ୍ତି ତେବେ ଦୁଇ ହାତକୁ ଉପରକୁ ଟେକି କମଣ୍ଡଳ ଧରିଥିବା ଲାଫିଙ୍ଗ ବୁଦ୍ଧକୁ ଘରେ ରଖନ୍ତୁ ।
  • ଯଦି ଆପଣ ବ୍ୟବସାୟରେ ପୁଂଜିନିବେଶ କରି କମ ଲାଭ ପାଉଛନ୍ତି କିମ୍ବା କ୍ଷତି ସହ୍ୟ କରୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । କମଣ୍ଡଳ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧକୁ ଘରେ ରଖନ୍ତୁ ସୁଫଳ ପାଇବେ ।
  • ବୈବାହିକ ଜୀବନସୁଖମୟ ନଥିଲେ କିମ୍ବା ଘରେ କଳହ ଉପୁଜିଲେ ହସୁଥିବା ୩୦ ଇଂଚର ଲାଫିଙ୍ଗ୍ ବୁଦ୍ଧକୁ ଘରର ମୁଖ୍ୟଦ୍ୱାର ପାଖରେ ରଖନ୍ତୁ ।
  • ପ୍ରତିଦିନ ଲାଫିଙ୍ଗ ବୁଦ୍ଧକୁ ଦେଖି ଘରୁ ବାହାରକୁ ଯାଆନ୍ତୁ । ଖୁସି ଉଲ୍ଲାସରେ ଦିନଟି କଟିବ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More