Only for Entertainment

ଜାଣିଛନ୍ତି କି ଲାଫିଂ ବୁଦ୍ଧ କିଏ ଏବଂ ତାଙ୍କୁ କେଉଁ ସ୍ଥାନରେ ସ୍ଥାପନ କରିବା ଶୁଭ ହୋଇଥାଏ ।

201

ବର୍ତ୍ତମାନ ସମୟରେ ଚୀନର ଫେଙ୍ଗସୁଇ ବାସ୍ତୁ ନିୟମର ପ୍ରଚଳନ ବହୁଳ ଭାବରେ ଚାଲିଛି। ଭାରତୀୟ ଶାସ୍ତ୍ର ଅନୁସାରେ ଘରେ କିମ୍ବା ଦୋକାନରେ ଧନ ସମ୍ପତ୍ତି ବୃଦ୍ଧି କରିବା ପାଇଁ କୁବେରଙ୍କୁ ପୂଜା କରାଯାଏ। ସେହିପରି ଚୀନରେ ହସୁଥିବା ବୁଦ୍ଧ ବା ଲାଫିଙ୍ଗ ବୁଦ୍ଧଙ୍କୁ ଘରଠାରୁ ଆରମ୍ଭ କରି ଦୋକାନ ପର‌୍ୟ୍ୟନ୍ତ ସବୁଠାରେ ରଖାଯାଏ। ତେବେ ଆପଣ ଜାଣିଛନ୍ତି କି, ଲାଫିଙ୍ଗ ବୁଦ୍ଧ କିଏ?

ଭାରତ ବ୍ୟତୀତ ଚୀନ, ଜାପାନ ଆଦି ଦେଶମାନଙ୍କରେ ବୌଦ୍ଧଧର୍ମାବଲମ୍ବୀ ମଧ୍ୟ ରହିଛନ୍ତି। ଚୀନର ଲୋକଗାଥା ରହିଛି ଯେ ହୋତେଇ ନାମକ ବୌଦ୍ଧ ସନ୍ୟାସୀ ଯେବେ ବୌଦ୍ଧ ଧର୍ମ ଗ୍ରହଣକରି ଆତ୍ମଜ୍ଞାନ ହାସଲ କରିଥିଲେ ସେ ଜୋରରେ ହସିଥିଲେ। ଏହାପରେ ସେ ଯେ କୌଣସି ସ୍ଥାନରେ ଯାଉଥିଲେ ଲୋକଙ୍କୁ ହସାଇବାକୁ ଚେଷ୍ଟା କରୁଥିଲେ। ଏହାଦ୍ୱାରା ଲୋକଙ୍କ ଆୟୁ ବଢିବାକୁ ଲାଗିଲା। ଏହାପରେ ଜାପାନରେ ଲୋକମାନେ ତାଙ୍କୁ ହସୁଥିବା ବୁଦ୍ଧ ବା ଲାଫିଙ୍ଗ ବୁଦ୍ଧ କହିବାକୁ ଲାଗିଲେ।

ଚୀନର ବିଶ୍ୱାସ ରହିଛି ଯେ, ଲାଫିଙ୍ଗ ବୁଦ୍ଧଙ୍କୁ ଦେବତା ବୋଲି ବିବେଚନା କରାଯାଏ। ତାଙ୍କୁ ଚୀନରେ ପୁତାଇ ବୋଲି ଡକାଯାଏ। ସେ ଜଣେ ବୌଦ୍ଧ ଭିକ୍ଷୁକ ଥିଲେ। ଭିକ୍ଷାବୃତ୍ତି କରିବାପରେ ସେ ବହୁତ ଆନନ୍ଦଲାଭ କରୁଥିଲେ। ନିଜର ମୋଟା ଶରୀର ସମସ୍ତଙ୍କୁ ଦେଖାଇ ହସାଉଥିଲେ। ତେଣୁ ଚୀନର ଲୋକମାନେ ଲାଫିଙ୍ଗ ବୁଦ୍ଧକୁ ଘରେ ଘରେ ପୂଜା କରିବାକୁ ଲାଗିଲେ।

ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ଲାଫିଙ୍ଗ ବୌଦ୍ଧ ମୂର୍ତ୍ତି ରଖିବା ଆବଶ୍ୟକ।

– ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କେବେ ବି ଲାଫିଙ୍ଗ ବୁଦ୍ଧ ରଖିବେ ନାହିଁ। ଏହା ଘର ମଧ୍ୟରେ ନକରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ।

– ଘରେ କିମ୍ବା ଅଫିସରେ ଲାଫିଙ୍ଗ ବୁଦ୍ଧକୁ ଏମିତି ଜାଗାରେ ରଖନ୍ତୁ ଯେଉଁସ୍ଥାନରୁ ଆପଣ ଏହାକୁ ଭଲଭାବରେ ଦେଖିପାରିବେ।

– ଲାଫିଙ୍ଗ ବୁଦ୍ଧକୁ ପୂର୍ବ କିମ୍ବା ଘରର ଦକ୍ଷିଣ-ପୂର୍ବ ଦିଗ ଆଡକୁ ରଖିବା ଦରକାର। ଏହା ଘରେ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ।

– ଘରକୁ ଖରାପ ନଜରରୁ ରକ୍ଷା କରିବା ପାଇଁ ଡ୍ରାଗନ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ ଘରେ ରଖିବା ଦରକାର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More