Only for Entertainment

ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ର ରିଲିଜକୁ ବ୍ୟାନ କରିବା ପାଇଁ ଦାବି, ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀ କୋର୍ଟରେ ଦାଖଲ କଲେ ପିଟିସନ

dailyhunt
45

ଶୁକ୍ରବାର ୧୦ ଜାନୁଆରୀରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମ ସାମ୍ନାରେ ଅନେକ ସମସ୍ୟା ଦେଖାଦେଇଛି । ନିକଟରେ ଫିଲ୍ମ ଛପାକ ବିରୋଧରେ ଓକିଲ ଅପର୍ଣ୍ଣା ଭଟ୍ଟ ଦିଲ୍ଲୀ କୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ଅପର୍ଣ୍ଣାଙ୍କ ପିଟିସନ ଅନୁସାରେ ସେ ବର୍ଷ ବର୍ଷ ଧରି ଏସିଡ ଆଟାକ ପିଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କେସ୍ ଲଢିଛନ୍ତି । କିନ୍ତୁ ଫିଲ୍ମରେ ତାଙ୍କୁ କୌଣସି କ୍ରେଡିଟ ଦିଆଯାଇନାହିଁ । ଏହାକୁ ନେଇ ସେ ଦିଲ୍ଲୀ କୋର୍ଟରେ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି ।

ଏହା ପୂର୍ବରୁ ଦୀପିକା ଏବଂ ଫିଲ୍ମର କିଛି ମେମ୍ବର ଜେଏନୟୁ ଛାତ୍ରଙ୍କ ସହିତ ସାକ୍ଷାତ କରିଥିଲେ ଏହାକୁ ନେଇ କିଛି ଲୋକେ ଅପସେଟ ହୋଇଯାଇଥିଲେ । ସିଏଏ ବିରୋଧରେ ପ୍ରୋଟେଷ୍ଟ କରୁଥିବା ଜେଏନୟୁ ଛାତ୍ରଙ୍କ ସହିତ ମାରପିଟ ହେବା ପରେ ଦୀପିକା ତାଙ୍କ ସହିତ ସାକ୍ଷାତ କରିଥିଲେ । ଏହା ପରଠାରୁ ସୋସିଆଲ ମିଡିଆରେ ଲୋକେ ଦୀପିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।

ଆପଣଙ୍କୁ କହିରଖୁଛୁ ଯେ, ଫିଲ୍ମ ‘ଛପାକ’ର ନିର୍ଦ୍ଦେଶନା ମେଘନା ଗୁଲଜାର କରିଛନ୍ତି । ଫିଲ୍ମରେ ଦୀପିକା ଏଡିସ ଆଟାକ ସରଭାଇଭର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ତାଙ୍କ ଅପୋଜିଟରେ ଫିଲ୍ମରେ ଅଭିନେତା ବିକ୍ରାନ୍ତ ମେସୀ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More