Only for Entertainment

ପିତାମହ ଭୀଷ୍ମଙ୍କର ଏହି ଶିକ୍ଷା ଅଳ୍ପ ସମୟ ମଧ୍ୟରେ ଆପଣଙ୍କ ଜୀବନର ଗତିପଥକୁ ପରିବର୍ତ୍ତନ କରିଦେବ ।

dailyhunt
0 55

ମହାଭାରତ ହିନ୍ଦୁ ମାନଙ୍କର ଏକ ପ୍ରମୁଖ କାବ୍ୟ ଗ୍ରନ୍ଥ,ଯାହା ସ୍ମୃତି ବର୍ଗରେ ଆଧାରିତ । ବିଶ୍ୱର ସବୁଠାରୁ ବଡ଼ ସାହିତ୍ୟିକ ଗ୍ରନ୍ଥ ଏବଂ ମହାକାବ୍ୟ ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଗୋଟିଏ । ଏହା ଦ୍ୱାରା ବ୍ୟକ୍ତିକୁ ଖୁବ ଶିକ୍ଷା ମିଳିଥାଏ । ଏହାକୁ ହିନ୍ଦୁ ଧର୍ମରେ ପଂଚମ ବେଦ କୁହାଯାଏ । ଏହା ଦ୍ୱାରା ଖୁବ ଶିକ୍ଷା ମିଳିଥାଏ,କିନ୍ତୁ ଆଜି ଆମେ ଜାଣିବା ପିତାମହ ଭୀଷ୍ମ ପାଣ୍ଡବ ମାନଙ୍କୁ କେଉଁ ଶିକ୍ଷା ଦେଇଥିଲେ ।

ଏହା ହେଉଛି ଧର୍ମଯୁଦ୍ଧ ଶେଷ ହେବା ସମୟର କଥା । ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଶେଷ କ୍ଷଣକୁ ଅପେକ୍ଷା କରିଥିଲେ । କାରଣ ତାଙ୍କୁ ଇଛା ମୃତ୍ୟୁ ପ୍ରାପ୍ତ ହୋଇଥିଲା,ସେ ସୂର୍ୟ୍ୟଙ୍କର ଦକ୍ଷିଣାୟନରୁ ଉତ୍ତରାୟଣକୁ ଅପେକ୍ଷା କରିଥିଲେ । ଧର୍ମବୀର ଯୁଦ୍ଧିଷ୍ଠିର ଜାଣିଥିଲେଯେ ପିତାମହ ହେଉଛନ୍ତି ଜ୍ଞାନର ଭଣ୍ଡାର । ତେଣୁ ଶିକ୍ଷା ପାଇଁ ସେ ତାଙ୍କ ପତ୍ନୀ ଏବଂ ଭାଇ ମାନଙ୍କ ସହିତ ପିତାମହଙ୍କ ନିକଟରେ ପହଂଚିଲେ । ସେହି ସମୟରେ ପିତାମହ ତାଙ୍କୁ ଏକ ଶିକ୍ଷା ଦେଇଥିଲେ ।

ପିତାମହ କହିଲେଯେ ନଦୀ ସମୂଦ୍ର ପଯ୍ୟନ୍ତ ପହଂଚିଥାଏ ଏବଂ ଜଳର ପ୍ରଭାବରେ ସେ ବଡ଼ ବଡ଼ ବୃକ୍ଷକୁ ମଧ୍ୟ ଭସାଇ ନେଇଥାଏ । ଏହି କଥାକୁ ଶୁଣାଇବା ପାଇଁ ସେ ଏକ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ । ସେ କହିଲେଯେ ଦିନେ ସମୂଦ୍ର ନଦୀକୁ ପ୍ରଶ୍ନ କଲା । ତୁମର ଜଳପ୍ରବାହ ଏତେ ଶକ୍ତିଶାଳୀଯେ ସେଥିେି ବଡ଼ ବଡ଼ ଗଛ ଭାସିଯାଏ । କ୍ଷଣକ ମଧ୍ୟରେ କେଉଁଠାରୁ କେଉଁ ସ୍ଥାନକୁ ନେଇଯାଅ । କିନ୍ତୁ ସେହି ସ୍ଥାନରେ ଛୋଟ ଛୋଟ ଘାସ ଏବଂ ଗଛ ରହିଥାଏ,କିନ୍ତୁ ସେ ସମସ୍ତକୁ ତୁମେ ଭସାଇ ନେଇପାର ନାହିଁ । ଏହାର କାରଣ କ’ଣ?ନଦୀ କହିଲାଯେ ଯେତେବେଳେ ମୋ ଜଳର ପ୍ରବାହ ବଢିଯାଏ ଛୋଟ ଛୋଟ ଗଛ ନଇଁଯାଆନ୍ତି ଏବଂ ରାସ୍ତା ଛାଡ଼ି ଦିଅନ୍ତି । କିନ୍ତୁ ବଡ଼ ବଡ଼ ଗଛ ନିଜର କଠୋରତା ଯୋଗୁଁ ଏଭଳି କରିପାରେ ନାହିଁ । ତେଣୁ ମୋ ପ୍ରବାହ ସେମାନଙ୍କୁ ଭସାଇ ଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More