Only for Entertainment

ଭାତରେ ତିଆରି କରନ୍ତୁ ରସଗୋଲା !

62

ମିଠା ପ୍ରାୟତଃ ସମସ୍ତଙ୍କର ପସନ୍ଦ । କେତେବେଳେ ମୁଡ ହେଲେ ମିଠା ଖାଇବାକୁ ଖୁବ ଇଚ୍ଛା ହୁଏ । ତେବେ ଏଠାରେ ଆମେ କହି ରଖୁଛୁ ଯେ ଘରେ ଭାତରୁ ଆପଣ ରସଗୋଲା ପ୍ରସ୍ତୁତ କରିପାରିବେ । ଏହା ଖାଇବାକୁ ସ୍ବାଦିଷ୍ଟ ସହିତ ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

ଆବଶ୍ୟକୀୟ ସାମଗ୍ରୀ:

୧ ଚାମଚ ଆରାରୁଟ ଗୁଣ୍ଡ, ୧ ଚାମଚ ମଇଦା, ୧ଟେବଲ ସ୍ପୁନ୍‌ ମିଲ୍କ ପାଉଡର, ୧ ଟେବଲ୍‌ସ୍ପୁନ୍‌ ଘିଅ, ୧ କପ୍‌ ଚିନି, ୩ କପ୍‌ ପାଣି, ୨ କପ୍‌ ଭାତ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଭାତକୁ ଭଲ ଭାବେ ବ୍ଲେଣ୍ଡିଂ କରନ୍ତୁ। ପ୍ଲେଟ୍‌ରେ ଘିଅ ଲଗାଇ ଏଥିରେ ପେଶା ଭାତ ରଖନ୍ତୁ। ଏବେ ଭାତ ପେଷ୍ଟରେ ମଇଦା, ଆରାରୁଟ ଗୁଣ୍ଡ ଓ ମିଲ୍କ ପାଉଡର ପକାଇ ଭଲ ଭାବେ ଚକଟନ୍ତୁ। ଏହି ମିଶ୍ରଣରେ ଛୋଟ ଛୋଟ ଗୁଳା ତିଆରି କରନ୍ତୁ। ଏବେ ଏକ ପ୍ୟାନ୍‌ରେ ଚିନି ଓ ପାଣି ଦେଇ ୪ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଶିରା ପ୍ରସ୍ତୁତ କରନ୍ତୁ। ଏବେ ରସଗୋଲାକୁ ଏଥିରେ ପକାଇ ୩ରୁ ୪ ମିନିଟ୍‌ ଧିମା ଆଞ୍ଚରେ ସିଝାନ୍ତୁ। ଏହାକୁ ମଝିରେ ଲେଉଟାଇ ୧୦ରୁ ୧୫ ମିନିଟ୍‌ ଧିମା ଆଞ୍ଚରେ ଘୋଡ଼ାଇ ରଖନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଭାତରେ ତିଆରି ସ୍ପଞ୍ଜି ରସଗୋଲା। ଏହାକୁ ଗରମ ଗରମ ଖାଆନ୍ତୁ ଓ ଅତିଥିଙ୍କୁ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More