Only for Entertainment

ଦୀପାବଳିରେ କିପରି ଓ କେଉଁ ବାଣ ଫୁଟାଇ ପାରିବେ, ଜାଣିଛନ୍ତି କି ?

whatsappdunia
24

ସାଧାରଣ ଭାବରେ ଦୀପାବଳିରେ ସମସ୍ତେ ବାଣ ଫୁଟାଇବାରେ ବ୍ୟସ୍ତ ରୁହନ୍ତି । ତେବେ ଲୋକମାନେ କେବଳ ବାଣ ଫୁଟାଇବାରେ ବ୍ୟସ୍ତ ରୁହନ୍ତି କିନ୍ତୁ ସେମାନେ ଜାଣନ୍ତି ନାହିଁ ସ୍ୱାସ୍ଥ୍ୟ ପକ୍ଷେ ଏହା କେତେ ମାତ୍ରାରେ କ୍ଷତିକାରକ । ତେବେ ଜାଣନ୍ତୁ କେଉଁ ପ୍ରକାର ବାଣ ଆପଣଙ୍କର କେତେ ମାତ୍ରାରେ କରିଥାଏ କ୍ଷତି? ମିଳିଥିବା ସୂଚନା ଅନୁସାରେ ଧୁଆଁ ନ ବ୍ୟାପୁଥିବା ଏବଂ କମ ଶଦ୍ଦ ସୃଷ୍ଟି କରୁଥିବା ବାଣକୁ ସବୁଜ ବାଣ ବୋଲି କୁହାଯାଇଥାଏ । ଏଥିରେ ଲିଥିୟମ, ଆର୍ସେନିକ, ଆଂଟିମୋନି, ଲେଡ, ମର୍କରି ଏଭଳି ରସାୟନ ନଥାଏ । ତେବେ ଏବେବି ଭାରତୀୟ ବଜାରରେ ଏଭଳି ବାଣ ଉପଲବ୍ଧ ନାହିଁ । ବର୍ତମାନ ଯେଉଁ ସବୁ ବାଣ ମିଳୁଛି ତାହାର ଦାମ ବହୁ ଅଧିକ ରହିବା ସହ ତାହାର ସୌନ୍ଦର୍ଯ୍ୟ ମଧ୍ୟ ଅଧିକ ରହିଥାଏ । ତେଣୁ ଲୋକମାନେ ସେହି ବାଣକୁ ଫୁଟାଇବା ପାଇଁ ଅଧିକ ମାତ୍ରାରେ ଇଚ୍ଛା ପ୍ରକାଶ କରୁଛନ୍ତି । ଧୂଆଁରେ ପ୍ରଦୂଷଣ ମାତ୍ରା ବଢୁଥିବାରୁ କେତେ ସ୍ଥାନରେ ଏହା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି କୋର୍ଟ । ତେବେ ଜାଣନ୍ତୁ ବାଣ ଫୁଟାଇବାର କିଛି ନିୟମ……

କେତେ ବେଗର ବାଣ ଫୁଟାଇ ପାରିବେ?

ସିପିସିବିର ଗାଇଡଲାଇନ୍ସ ଅନୁସାରେ, ଯେଉଁଠାରେ ସିଗଲ ବାଣ ଫୁଟାଯାଇଥାଏ ତାର ଠିକ୍ ୪ ମିଟର ଭିତରେ ତାର ଫୁଟିବା କାରଣରୁ ୧୨୫ ଡେସିବୁଲରୁ ଅଧିକ ଶଦ୍ଦ ନହେବା ଦରକାର । ସେହିପରି ଲଣ୍ଡି ବା ସିରିଜ ବାଲା ବାଣ ପାଇଁ ଏହି ଲିମିଟ୍ ୯୦ରୁ ୧୧୦ ଡେସିବୁଲ ରହିଛି । ଏବେ ଯେତେବେଳେ କୋର୍ଟ ତରଫରୁ ଲଣ୍ଡି ବାଲା ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ତେବେ କୌଣସି ବି ଧ୍ୱନି ଲିମିଟ ବାଲା ଏଭଳି ବାଣଗୁଡିକୁ ଫୁଟାଇ ପାରିବେ ନାହିଁ ।

ଯଦି ଦୋକାନୀ ନିର୍ଧାରିତ ସୀମାଠାରୁ ଅଧିକ ପ୍ରଦୂଷଣ ଯୁକ୍ତ ବାଣ ବିକନ୍ତି ତେବେ କଣ ହେବ?

ଯଦି କୌଣସି ଦୋକାନୀ ନିର୍ଧାରିତ ସୀମାଠାରୁ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରି କରନ୍ତି ତେବେ ସେ ବିକୁଥିବା ସମସ୍ତ ବାଣକୁ ଜବତ କରିଦିଆଯିବ । ଏହିସହିତ ହିଁ ଦୋକାନୀଙ୍କ ଲାଇସେନ୍ସକୁ ବି ରଦ୍ଦ କରିଦିଆଯିବ । ଏହାପରେ ସେ ଆଉ କେବେ ବାଣ ବିକ୍ରି କରିପାରିବେ ନାହିଁ । ତେବେ ସରକାର ପ୍ରତ୍ୟେକ ବର୍ଷ ଏପରି ଭାବରେ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନେକ ପ୍ରକାର ପଦକ୍ଷେପ ନେଇଛନ୍ତି । ସେହି ନିୟମକୁ ମାନି ସମସ୍ତ ଲୋକ ବାଣ ଫୁଟାଇଲେ କୌଣସି କ୍ଷତି ହେବା ନାହିଁ ବୋଲି ଜଣାପଡିଛି । ଏହାସହ ଦୀପାବଳୀ ଛଡା ଅନ୍ୟ ଦିନ ଗୁଡିକରେ ଯଦି ଆପଣ ବାଣ ଫୁଟାନ୍ତି ତେବେ ତାହାର ସମୟ ମଧ୍ୟ ନିର୍ଦ୍ଧାରିତ କରାଯିବା ସହ ତାହା ପାଇଁ ଆବଶ୍ୟକୀୟ ଅନୁମତି ନେବାର ରହିଛି ଆବଶ୍ୟକତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More