Only for Entertainment

ଚାଲିଛି ଲେହେଙ୍ଗା ଟ୍ରେଣ୍ଡ, ଜାଣନ୍ତୁ ବିଭିନ୍ନ ଲେହେଙ୍ଗା ସମ୍ପର୍କରେ ।

wedding planner
0 56

ଆଗରୁ କେବଳ ବିବାହ କିମ୍ବା ସ୍ପେଶାଲ କାର୍ଯ୍ୟକ୍ରମରେ ହିଁ ଲେହେଙ୍ଗା ପିନ୍ଧା ହେଉଥିଲା । ମାତ୍ର ବର୍ତ୍ତମାନ ଯେ କୌଣସି ପାର୍ଟି କିମ୍ବା ଫଙ୍କସନ ହେଇ ଲେହେଙ୍ଗା ଟ୍ରେଣ୍ଡ ହୋଇଗଲାଣି । ଏହାବ୍ୟତୀତ ମହିଳା ମାନଙ୍କର ବର୍ତ୍ତମାନ ପ୍ରଥମ ଚଏସ ଲେହେଙ୍ଗା ପାଲଟିଗଲାଣି । ତେବେ ଲେହେଙ୍ଗା ପସନ୍ଦ ବୋଲି କିଣିଦେଲେ ତ ହେବେନି ଏହା ମନମୁତାବିକ ହୋଇଥିବା ନିଆତି ଜରୁରୀ । ଆଜି ଆମେ ଆପଣଙ୍କୁ ଏଭଳି କିଛି ଲେହେଙ୍ଗା ସମ୍ପର୍କରେ ବତାଇବୁ ଯାହା ଆପଣଙ୍କ ଷ୍ଟାଇଲକୁ କରିଦେବ ଦ୍ୱିଗୁଣିତ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

stylish-silk-heavy-flair-croptop-lehenga-choli-12008-800x800

ଫ୍ଲେୟାର୍ ଲେହେଙ୍ଗା: ଏହି ଲେହେଙ୍ଗାରେ ସାଧାରଣତଃ ଅଧିକ କୁଞ୍ଚ ଥିବାରୁ ଘେର ଖୁବ୍ ଭାରି ହୋଇଥାଏ। ଏହା ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ। ପିଅର୍, ଷ୍ଟ୍ରେଟ୍, ଆଓ୍ବାରଗ୍ଲାସ୍, ଆପ୍ଲ ଏବଂ ଭି, ଭଳି ବଡି ଶେପ୍ ଯୁକ୍ତ ନାରୀଙ୍କୁ ଏହା ଆଟ୍ରାକ୍ଟିଭ ଲୁକ୍ ଦେଇଥାଏ।

green-lehenga-with-long-embroidered-jacket-blouse-343433_1__1

ଜ୍ୟାକେଟ୍ ଓ୍ବିଥ୍ ଲେହେଙ୍ଗା: ଏହା ବର୍ତ୍ତମାନ ଲାଟେଷ୍ଟ ଫ୍ୟାଶନ୍ ପାଲଟିଛି। ଏଭଳି ଲେହେଙ୍ଗାରେ ଚୋଲି ଉପରେ ଏକ କଣ୍ଟ୍ରାଷ୍ଟ କଲରର ଲଙ୍ଗ ଜ୍ୟାକେଟ୍ ରହୁଛି। ବିଶେଷ କରି ସାଇନିଂ ମ୍ୟାଟେରିଆଲ ଉପରେ ହେଭି ଓ୍ବାର୍କ ଥିବା ଜ୍ୟାକେଟ୍ର ଡିମାଣ୍ଡ ବେଶି। ଯଦି ଆପଣଙ୍କ ବଡି ଶେପ୍ ଆଓ୍ବାରଗ୍ଲାସ୍, ଆପ୍ଲ, ଇନ୍ଭର୍ଟେଡ ଟ୍ରାଇଏଙ୍ଗୁଲାର୍ କିମ୍ବା ଅଧିକ ଲମ୍ବା ତେବେ ଏଭଳି ଲେହେଙ୍ଗା ଆପଣଙ୍କୁ ଆଟ୍ରାକ୍ଟିଭ୍ ଲୁକ୍ ଦେବ।

1_2__4

ମର୍ମେଡ୍ ବା ଫିସ୍ଟେଲ୍ ଲେହେଙ୍ଗା: ଅନ୍ୟ ଲେହେଙ୍ଗା ଡିଜାଇନ୍ଗୁଡିକ ତୁଳନାରେ ଏହାର ଡିଜାଇନ୍ ବେଶ୍ ଆକର୍ଷଣୀୟ। ଏହା ମାଛ ଲାଞ୍ଜ ଭଳି ଆଣ୍ଠୁପର୍ୟ୍ୟନ୍ତ ଟାଇଟ୍ ହୋଇ ପାଦ ଆଡକୁ ଅଧିକ ଘେର ହୋଇ ରହିଥାଏ, ଯାହାକି କାହାଣୀରେ ବର୍ଣ୍ଣିତ ଜଳପରୀ ବା ମତ୍ସ୍ୟକନ୍ୟା ପରି ଲୁକ୍ ଦେଉଥିବାରୁ ଅନେକେ ଏହାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ଆଓ୍ବାରଗ୍ଲାସ୍ କିମ୍ବା ରେକ୍ଟାଙ୍ଗୁଲାର ଫିଗରକୁ ଏଭଳି ଲେହେଙ୍ଗା ସୁନ୍ଦର ମାନିଥାଏ।

539748a183c491efc74a2cdcc3ddb0bb

ସରାରା ଲେହେଙ୍ଗା: ଏଭଳି ଲେହେଙ୍ଗାରେ ସାଧାରଣତଃ ସ୍କଟ୍ ଡିଜାଇନ୍ ବଦଳରେ ଅଧିକ ଘେରଥିବା ପ୍ଲାଜୋ ପ୍ୟାଣ୍ଟ ସାଙ୍ଗକୁ ଶର୍ଟ କୁର୍ତ୍ତି ଡିଜାଇନ୍ର ଲଙ୍ଗ୍ ବ୍ଲାଉଜ୍ ରହିଥାଏ। ଏହା ଦେଖିବାକୁ ଯେତିକି ଆଟ୍ରାକ୍ଟିଭ୍ ପିନ୍ଧିବାକୁ ମଧ୍ୟ ସେତିକି କମ୍ଫର୍ଟେବଲ୍ ଏବଂ ଆଇକ୍ୟାଚି।

3427291-triveni-embroidered-panelled-lehenga-choli-set

ପ୍ୟାନେଲ୍ଡ ଲେହେଙ୍ଗା: ଏଭଳି ଲେହେଙ୍ଗାରେ କେବେ କେବେ ଦୁଇ, ତିନି କିମ୍ବା ଅଧିକ ଲେୟାର କପଡା ଡିଜାଇନ୍ କରାଯାଇଥାଏ। ଏହାର ବେସ୍ ଆକର୍ଷଣୀୟ ଡିଜାଇନ୍ ଆଓ୍ବାର୍ଗ୍ଲାସ, ପେଟିଟ୍ ଏବଂ ପିଅର୍ ବଡି ଶେପ୍କୁ ଭଲ ଲାଗିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More